କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଅଳ୍ପକେ ବଡଧରଣର ଅଘଟଣରୁ ବର୍ତିଲେ ସିଆରପିଏଫ ଯବାନ। ଗତ ୨୮ତାରିଖ ଠାରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଥିଲା। ଗାଁ ଗାଁରେ ପାଳନ କରିବାକୁ ନକ୍ସଲ ପୋଷ୍ଟର, ବ୍ୟାନର ଲଗାଇଥିଲେ। ତେଣୁ ରାୟଗଡା ଜିଲ୍ଲାରେ ଅବସ୍ଥାପିତ ସିଆରପିଏଫ ଯବାନ କମ୍ବିଂ ଅପରେସନକୁ ଜୋରଦାର କରିଥିଲେ। ରାୟଗଡା ସିଆରପିଏଫ ୪ର୍ଥ ବାଟାଲିୟନର ଯବାନ ନିୟମଗରି ଆଞ୍ଚଳରେ ପଶିଥିବା ବେଳେ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା। ଆମ୍ବଗୁଡା ଗ୍ରାମ ନିକଟସ୍ଥ ରାସ୍ତା କଡରେ ଟିଫିନ ବୋମା ପୋତି ବିସ୍ଫୋରଣ କରିବାକୁ ଲକ୍ଷ୍ୟ ରଖିଥିଲେ ମାଓବାଦୀ। ତେବେ ଡଗ୍ସ୍କ୍ଵାଡ୍ ଏହି ଲ୍ୟାଣ୍ଡ ମାଇନକୁ ଠାବ୍ କରିବା ପରେ ରାୟଗଡାରୁ ଉଦ୍ଧାରକାରୀ ଦଳ ପହଞ୍ଚି ତାହାକୁ ନିଷ୍କ୍ରିୟ କରିଥିଲେ। ଏହି ବୋମାର ଓଜନ ପ୍ରାୟ ୧୪କିଲୋ ହେବ ବୋଲି କୁହାଯାଉଛି। ନିୟମଗରି ପାହାଡରେ ମାଓବାଦୀଙ୍କ ନିୟମିତ ଚଳ ପ୍ରଚଳ ଲାଗି ରହିଛି। ତେଣୁ ଯବାନ ଏହି ଜଙ୍ଗଲରେ ବାରମ୍ବାର କମ୍ବିଂ ଅପରେସନରେ ପଶୁଥିବାରୁ ନକ୍ସଲ ଏହି କାଣ୍ଡ କରିଥିବା କୁହାଯାଉଛି।
ବିସ୍ଫୋରଣରୁ ବର୍ତିଲେ ସିଆରପିଏଫ ଯବାନ
/sambad/media/post_attachments/wp-content/uploads/2018/08/blast.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)