ବାରଙ୍ଗ: ଗୁରୁବାର ସକାଳେ ବାରଙ୍ଗ ଅଞ୍ଚଳର ବିଛିପୁର ଗହିର ପାଖରୁ କେତେକ ଚାଷୀ ଗୋଟାଏ ଚିତ୍ରା ହରିଣକୁ କୁକୁରମାନଙ୍କ କବଳରୁ ଉଦ୍ଧାର କରିଛନ୍ତି।
ଆଜି ପାହାନ୍ତାରେ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ଦୁଇଟା ହରିଣ କେନାଲ ପାରି ହୋଇ ବିଛିପୁର ଗହିରକୁ ଚାଲିଆସିଥିଲେ। ସକାଳ ପ୍ରାୟ ୭ଟା ବେଳେ ଏହି ଶିଙ୍ଗାଳଟି (ଅଣ୍ଡିରା ହରିଣ) ବାରଙ୍ଗ ବ୍ଲକ୍ ପଛ କେନାଲ ବନ୍ଧରେ ପଲେ କୁକୁରଙ୍କ ହାବୁଡ଼ରେ ପଡ଼ିଯାଇଥିଲା। କୁକୁରମାନେ ତା’ ପଛପଟୁ କାମୁଡ଼ି ଝୁଣି ପକାଇବା ସହ ତା’ ଲାଞ୍ଜଟିକୁ ଛିଡ଼ାଇ ନିଜ ଛୁଆଙ୍କୁ ଖାଇବାକୁ ଦେଇ ଦେଇଛନ୍ତି। ହରିଣ ଠାରୁ ଲାତ ଖାଇ ଆକ୍ରମଣକାରୀ କୁକୁରମାନେ ବି ଆହତ ହୋଇଛନ୍ତି।
/sambad/media/post_attachments/wp-content/uploads/2020/01/dog-attacking-300x168.jpg)
ବିଲକୁ ଯାଇଥିବା ଚାଷୀମାନେ କୁକୁରମାନଙ୍କୁ ଘଉଡ଼ାଇ ଆହତ ହରିଣକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ।
ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ନେଇଯାଇ ଚିକିତ୍ସା କରାଉଛନ୍ତି। ଆହତ ଶିଙ୍ଗାଳର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା ଜଣାପଡ଼ିଛି।