ବୀରମହାରାଜପୁର ଉପଖଣ୍ଡରେ ନୂଆ ଏସ୍‌ଡିପିଓ ଭାବେ ଯୋଗଦେଲେ ଡୋଳାମଣି ଭୋଇ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ପୁଲିସ ଅଧିକାରୀ ଭାବେ ଡୋଳାମଣି ଭୋଇ ନୂତନ ଭାବରେ ଯୋଗଦାନ କରିଅଛନ୍ତି । ଶ୍ରୀଯୁକ୍ତ ଭୋଇ ଜଣେ ଦକ୍ଷ ପୁଲିସ ଅଫିସର ଭାବରେ ବେଶ୍‌ ଜଣାଶୁଣା । ଏହା ପୂର୍ବରୁ ଶ୍ରୀ ଭୋଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିକାରୀ ଭାବରେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କରି ରହଣି ସମୟ ଭିତରେ ଭାରତ ସରକାରଙ୍କ ତରଫରୁ ଶ୍ରେଷ୍ଠ ଥାନା ଭାବେ ଓଡ଼ିଶାର ଏକ ମାତ୍ର ଥାନା ତରଭା ଥାନା ମନୋନୀତ ହୋଇଥିଲା । ୧୯୯୮ ବ୍ୟାଚର ପୁଲିସ ଚାକିରୀ ଯୋଗଦାନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରି ବେଶ୍‌ ପ୍ରଶଂସିତ ହୋଇଛି । ଗୁରୁବାର ସନ୍ଧ୍ୟାରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ ଯୋଗଦାନ କରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସମଗ୍ର ବୀରମହାରାଜପୁର ଉପଖଣ୍ଡରେ ପୁଲିସ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବ । ଏହା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି, କୋଭିଡ୍‌ ନିୟମ ପାଳନ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଏଥିପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରୁଛି ।

ସମ୍ବନ୍ଧିତ ଖବର