ଡୋଳାମଣି ହତ୍ୟାକାଣ୍ଡ, ଧରାପଡ଼ିଲା ହତ୍ୟାକାରୀ ‌ଜ୍ବାଇଁ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗ୍ରାମରେ ଡୋଳାମଣି କର୍ଣ୍ଣଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜ୍ବାଇଁ ସତ୍ୟବନ୍ତ ଡାଙ୍ଗକୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ସତ୍ୟବନ୍ତ ଦୁଇ ସହଯୋଗୀଙ୍କ ସହ କକା ଶ୍ବଶୁର ଡୋଳାମଣିଙ୍କୁ ଠେଙ୍ଗାରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲା। ଏପରିକି ଫେରାର ହେବା ପୂର୍ବରୁ ଆମ୍ବୁଲାନ୍‌ସକୁ ମଧ୍ୟ ଡାକିଥିଲା। ବୌଦ୍ଧ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଶେଷରେ ବୌଦ୍ଧ ବ୍ଲକ୍‌ ଖୁଣ୍ଟବନ୍ଧର ଏକ ଢାବାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମଧ୍ୟ ଶୀଘ୍ର ଗିରଫ ହେବ‌େ ବୋଲି ଆଇଆଇସି ତପସ୍ବିନୀ କହଁର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର