ଭିତରକନିକା ଅ˚ଚଳରେ ୧୭ରେ ଡଲ୍‌ଫିନ୍‌ ଗଣନା

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଅ˚ଚଳରେ ଡଲଫିନ୍‌ ଗଣନା କରାଯିବ। ଧାମରାଠାରୁ ଦେବୀ ମୁହାଣଯାଏ ସମୁଦ୍ର ମଧୢରେ ଓ ଭିତରକନିକା ମଧୢରେ ଥିବା କ୍ରିକ୍‌ ଓ ନଦୀରେ ଚଳିତ ମାସ ୧୭ ତାରିଖ ଦିନ ଗଣନା କରାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ୫ ବର୍ଷ ହେଲା ଭିତରକନିକା ଅ˚ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି।

ଭିତରକନିକା ଅ˚ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି। ଆଉଟର ହୁଇଲର‌୍‌ରୁ ଚି˚ଚିରି ମାଉଥ୍‌, ବରୁଣେଇରୁ ପାରାଦୀପ, ହ˚ସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହ˚ସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭ˚ଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଟିମ୍‌ରେ ବିଭକ୍ତ ହୋଇ ଡଲ୍‌ଫିନ୍‌ ଗଣନା କରାଯିବ। ଡଲ୍‌ଫିନ୍‌ ବିଶାରଦ ଡ. ମୁନ୍‌ତାଜ ଖାଁଙ୍କ ନେତୃତ୍ବରେ ଏହି ଗଣନା କରାଯିବ। ଭିତରକନିକା ସଲଗ୍ନ ନଦୀ, କ୍ରିକ୍‌ ଓ ସମୁଦ୍ରରେ ଇରାୱାର୍ଡ, ବଟଲ୍‌ନୋଜ୍‌, ହମ୍ପବ୍ୟାକ୍‌, ଫିନ୍‌ଲେସ୍‌ ପରିପଏସ୍‌ ଓ ଗାଙ୍ଗେଟିକ୍‌ ପ୍ରଭୃତି ୫ ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାନ୍ତି। ଏମାନଙ୍କ ଗଣନା କରାଯିବା ସହିତ ଉପକୂଳରେ ଦେଖାଯାଉଥିବା ରିସୋସ୍‌ ଓ ସ୍ପିନ୍‌ର ଜାତୀୟ ଡଲ୍‌ଫିନ୍‌ ଅଛନ୍ତି କି ନାହିଁ ଦେଖାଯିବ। ଏହାବାଦ ଏହି ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଚିଲିକା ଅ˚ଚଳରେ କେବଳ ଇରାୱାଡ଼ି ପ୍ରଜାତି ଦେଖିବାକୁ ମିଳୁଥିବା ବେଳେ ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍‌ ଦେଖାଯାନ୍ତି।

ସମ୍ବନ୍ଧିତ ଖବର