ହବାଳିଖଟିରେ ଡଲଫିନ୍‌ଙ୍କ ଜଳକ୍ରୀଡ଼ା

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହବାଳିଖଟି ନିକଟରେ ୩ ଶହ ଡଲଫିନ ଏକତ୍ର ଜଳକ୍ରୀଡ଼ା କରିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ହମ୍ପବ୍ୟାକ୍‌ ଓ ବଟଲନୋଜ୍‌ ପ୍ରଜାତିର ପ୍ରାୟ ୩ଶହ ଡଲଫିନ ଦୀର୍ଘ ମାସେ ହେଲା ଏକ କିଲୋମିଟର ମଧ୍ୟରେ ଜଳକ୍ରୀଡ଼ା କରୁଥିବା ଦେଖିବ‌ାକୁ ମିଳୁଛି। ଡଲଫିନ ଗଣନା ସମୟରେ ଗଣନାକାରୀ ଓ ବିଶାରଦମାନେ ଏହି ବିରଳ ଦୃଶ୍ୟ ଦେଖି ବିମୋହିତ ହୋଇପଡିଛନ୍ତି। ପୂର୍ବରୁ ଓଡିଶାର କୌଣସି ସ୍ଥାନରେ ଏକକାଳୀନ ଏତେ ସଂଖ୍ୟକ ଡଲଫିନ କେବେ ଦେଖିବାକୁ ମିଳି ନ ଥିଲା।

ସମ୍ବନ୍ଧିତ ଖବର