ଆଗକୁ ଇସ୍ପାତର ଘରୋଇ ଚାହିଦା ବଢ଼ିବ

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଜେଏସ୍‌ଏଲ୍‌ କାରଖାନା ପରିଦର୍ଶନ

ଦାନଗଦୀ: ଭାରତୀୟ ଷ୍ଟେନଲେସ ଷ୍ଟିଲ୍‌ ଇଣ୍ତଷ୍ଟ୍ରିର ଭବିଷ୍ୟତ ଉଜ୍ଜଳ। ଏହି ଧାତୁ କେବଳ ସ୍ଥାୟୀ ନୁହେଁ, ବରଂ ସ୍ବାସ୍ଥ୍ୟପାଇଁ ମଧ୍ୟ ବହୁତ ଲାଭଦାୟକ । ନିକଟ ଭବିଷ୍ୟତରେ ଏହାର ଘରୋଇ ଚାହିଦା ନିଶ୍ଚୟ ବଢିବ ଏବଂ ଏହାସହ ଆମ ଦେଶର ଯୁବ ଇଞ୍ଜିନିୟରମାନେ ଉଦ୍ୟୋଗକୁ ନୂତନ ଉଚ୍ଚତାକୁ ନେଇଯିବେ। ଆଜି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌) କାରଖାନା ପରିଦର୍ଶନରେ ଆସିଥିବାବେଳେ ଏହା କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ। ତାଙ୍କ ସହ ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରସିକା ଚୌବେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିନ୍ଦଲ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କେନ୍ଦ୍ରମନ୍ତ୍ରୀଙ୍କୁ କାରଖାନାର ଉତ୍ପାଦନ ସୁବିଧା ଓ ବ୍ୟବସ୍ଥା ବୁଲି ଦେଖାଇଥିଲେ। ଏହି ପରିଦର୍ଶନ ସମୟରେ ଜିନ୍ଦଲ ଷ୍ଟେନ୍‌ଲେସର ବରିଷ୍ଠ ଅଧିକାରୀ ଜଗମୋହନ ସୁଦ, ବିଜୟ ଶର୍ମା,ଦୀପକ ଅଗ୍ରୱାଲ, ରାଜେଶ ମୋହତା ଏବଂ ଶଶୀଭୂଷଣ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର