ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ : ୨୫ଟି ସଂସ୍ଥା ଦେଲେ ୫.୮୩ କୋଟି

ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ୨୫ଟି ସଂସ୍ଥା ଓ ବ୍ୟକ୍ତିବିଶେଷ ୫ କୋଟି ୮୨ ଲକ୍ଷ ୮୩ ହଜାର ୧୧୨ ଟଙ୍କା ଦାନ କରିଛନ୍ତି। ‌େକଜେଏସ୍‌ ଆଲୁୱାଲିଆ ଗ୍ରୁପ୍ ୪ କୋଟି ଟଙ୍କା, ହୁଣ୍ଡାଇ ମୋଟର୍ସ ୧ କୋଟି, ଜଷ୍ଟିସ୍ ଅରଜିତ ପଶାୟତ ୫ ଲକ୍ଷ, ଫାର୍ମାସ୍ୟୁଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ୧ ଲକ୍ଷ, ଶୋଭାବତୀ ସାହୁ ୨ ଲକ୍ଷ, ଭିଜନ୍‌ଟେକ୍ କନ୍‌ସଲଟାନ୍ସି ସର୍ଭିସେସ୍ ୧ ଲକ୍ଷ, କଟକର ମଧୁବୈଶ୍ୟ ସମାଜ ୧୧ ହଜାର, ଅନିଲ ମହାନ୍ତି ୨ ଲକ୍ଷ, ଆଠଗଡ଼ ବ୍ଲକ୍ ବିଜେଡି ୧ ଲକ୍ଷ ୧ ହଜାର, ବିଧାୟକ ଯୋଗେନ୍ଦ୍ର ବେହେରା ୫୧ ହଜାର, ପେଙ୍ଗୁଇନ୍ ଟ୍ରେଡିଂ ଆଣ୍ଡ୍ ଏଜେନ୍ସି ୨୫ ଲକ୍ଷ, ଭାରତ ମସଲା ୩ ଲକ୍ଷ, ଦୁର୍ଗାପ୍ରସାଦ ଶର୍ମା ୧ ଲକ୍ଷ, ଉତ୍କଳିନୀ ୨ ଲକ୍ଷ ୪୩ ହଜାର, ବୌଦ୍ଧ ଜିଲ୍ଲା ପ୍ରଶାସନ ୧୧ ଲକ୍ଷ, କଟକର ପ୍ରଦୀପ କୁମାର ପଲ ୫ ହଜାର, ଗଙ୍ଗାଧର ମହାନ୍ତି ୧୦ ହଜାର, ଆଠଗଡ଼ ଟ୍ରକ୍ ମାଲିକ ସଂଘ ୧ ଲକ୍ଷ ୧ ହଜାର, କଟକର ଉଦୟନାଥ ବେହେରା ୨୦ ହଜାର, ସମୀର ସ୍ବାଇଁ ୭୦ ହଜାର, ଡ. ଟି ପି ମହାନ୍ତି ୧ ଲକ୍ଷ, ଏମ୍‌ସିଏଲ୍‌ ଠିକା ପରିବହନ କର୍ମଚାରୀ ସଂଘ ୧୦ ଲକ୍ଷ, ରାଇରଙ୍ଗପୁର ବ୍ଲକ୍ ଶିକ୍ଷ‌ା ଅଧିକାରୀ ୧ ଲକ୍ଷ ୧୧ ହଜାର ୧୧୧, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ୩ ଲକ୍ଷ ୬୦ ହଜାର ଏବଂ ପଟ୍ଟନାୟକ ମିନେରାଲ୍‌ସ୍‌ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥା ଓ ବ୍ୟକ୍ତିମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର