ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବହୁ ସଂସ୍ଥା ଓ ବ୍ୟକ୍ତିବିଶେଷ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦେଇଛନ୍ତି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ମହାସଂଘ ୧୧ ଲକ୍ଷ ଟଙ୍କା, ଅଲ୍‌ ଇଣ୍ଡିଆ ଷ୍ଟେଟ୍‌ ବ୍ୟାଙ୍କ ଅଫିସର୍ସ ଫେଡେରେସନ୍ ୧୦ ଲକ୍ଷ, ନୂଆଦିଲ୍ଲୀର ବ୍ଲୁ କ୍ରସ୍ ଲ୍ୟାବ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ୧୦ ଲକ୍ଷ, ନୂଆଦିଲ୍ଲୀର ଭାରତ ସୋକା ଗକ୍କାଇ ୧୦ ଲକ୍ଷ, କଟକର ଉତ୍କଳ ପ୍ରାନ୍ତୀୟ ପାରିକ ମହାସଭା ୨ ଲକ୍ଷ ୧ ହଜାର, ପୂର୍ବତନ ବିଧାୟକ ଆୟୂବ ଖାନ୍ ୧ ଲକ୍ଷ, ନୟାଗଡ଼ସ୍ଥିତ ବସନ୍ତ ମଞ୍ଜରୀ ଚିକିତ୍ସାଳୟର କର୍ମଚାରୀ ୫୮ ହଜାର, କଣ୍ଟାବାଞ୍ଜି ମୁସ୍‌ଲିମ୍ ସମାଜ ୫୧ ହଜାର, ଓଡ଼ିଶା ସଚିବାଳୟ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସହାୟକ ସଂଘ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଆଜି ମୋଟ୍‌ ୧୦ଟି ସଂସ୍ଥା ଓ ବକ୍ତିବିଶେଷଙ୍କ ପକ୍ଷରୁ ୫୫ ଲକ୍ଷ ୬୦ ହଜାର ଟଙ୍କା ଦାନ କରାଯାଇଛି। ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସଚିବାଳୟ ପିଏସ ଓ ପିଏ ସଂଘର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର : ‘ଫନି’ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ସଚିବାଳୟ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସହାୟକ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ସଂଘ ସଭାପତି ଲିଙ୍ଗରାଜ ସାହୁ ଓ ସାଧାରଣ ସମ୍ପାଦକ ବିଘ୍ନରାଜ ପ୍ରଧାନ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର