ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ, ୧୪ ସଂସ୍ଥା ଦେଲେ ୧ କୋଟି ୬୦ଲକ୍ଷ

ଭୁବନେଶ୍ବର : ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ସମ୍ବାଦ ଗ୍ରୁପ୍ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୫ଲକ୍ଷ ଟଙ୍କା, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପକ୍ଷରୁ ୫ଲକ୍ଷ, ଆକାଶ ଇନଷ୍ଟିଚ୍ୟୁଟ୍ ୫୧ଲକ୍ଷ, ଲାଲଚାନ୍ଦ ଜୁଏଲର୍ସ ୧୧ଲକ୍ଷ, ଗଞ୍ଜାମ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର କର୍ମଚାରୀଗଣ ୩ଲକ୍ଷ ୪୧ହଜାର ୯୧୦ ଟଙ୍କା, ଜଲାନ୍ କାର୍ବନସ୍‌ ଓ କେମିକାଲ୍‌ସ ପକ୍ଷରୁ ୫ଲକ୍ଷ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଲକ୍ଷ ୭୬ହଜାର ୮୧ଟଙ୍କା, ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସଏସନ୍ ପକ୍ଷରୁ ୧ଲକ୍ଷ, ସାରଦା ମାଇନ୍‌ସର କର୍ମଚାରୀଗଣ ୧ଲକ୍ଷ ୭୦ହଜାର ୯୭, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ରୌନକ ପଣ୍ଡା ୧୨ହଜାର ୮ଟଙ୍କା, ଭୋପାଳର ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ଶାନ୍ତି ପ୍ରସାଦ ପଣ୍ଡା ୩୦ହଜାର, ବଡ଼ଚଣା ଯୁବକ ସଂଘ ୨୦ହଜାର, ଋଷି କୁମାର ପଟେଲ ୨୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ଏହାସହ ଗୀତ ମେହେଟା ୧୦ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ରାଜ୍ୟବାସୀଙ୍କ ବିପଦ ସମୟରେ ସହାୟତା କରିବା ପାଇଁ ଆଗେଇ ଆସିଥିବା ବ୍ୟକ୍ତବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର