ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ବ୍ୟାଙ୍କନୋଟ୍‌ ପେପର ମିଲ୍‌ ପକ୍ଷରୁ ୭୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବୁଧବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ମହୀଶୂରର ବ୍ୟାଙ୍କନୋଟ୍‌ ପେପର ମିଲ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କଂପାନି ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ କେ.ଜି ବିଶ୍ୱନାଥନ ଏବଂ କଂପାନି ସଚିବ ଲକ୍ଷ୍ମୀଶ ବାବୁ ଏସ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍‌ ପ୍ରଦାନ କରିଛନ୍ତି।

ସେହିପରି ବ୍ରହ୍ମସ ନେଟ୍‌ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ସଂସ୍ଥାର ଜେନେରାଲ ମ୍ୟାନେଜର ସଂଜୀବାନନ୍ଦ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧,୨୩,୬୦୦ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। କେରଳର ୟୁନିୟନ ବ୍ୟାଙ୍କ ଅବସରପ୍ରାପ୍ତ ଅଫିସର ସଂଘ ପକ୍ଷରୁ ୩୬,୧୦୦ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର