ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଫନି ପାଇଁ ତୈଳ ମନ୍ତ୍ରଣାଳୟର ପିଏସ୍‌ୟୁ ଦେଲେ ୨୮ କୋଟି

ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଉଛି। ଆଜି ୭ଟି ସଂସ୍ଥା ଓ ସଂଘର ପ୍ରତିନିଧିମାନେ ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି। ଓଡ଼ିଶା ପୁଲିସ୍ ରିଲିଫ୍ ଓ ୱେଲ୍‌ଫେୟାର ଆ‌େ‌ସାସିଏସନ୍ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କୁ ୧ କୋଟି ୬୧ ଲକ୍ଷ ୬୧ ହଜାର ୪୧୨ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସେହିପରି ଜାତୀୟ ପଶୁସମ୍ପଦ ଉନ୍ନୟନ ପରିଷଦ ପକ୍ଷରୁ ଏହାର ଲୋକସମ୍ପର୍କ ଓ ଯୋଗାଯୋଗ ମୁଖ୍ୟ ଅଭିଜିତ ଚାଟାର୍ଜୀ ୭ ଲକ୍ଷ ୯୨ ହଜାର ୧୭୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବେଙ୍ଗାଲୁରୁର କଳିଙ୍ଗ ଆଇଟି ୟୁଥ୍‌ ଆସୋସିଏସନ୍ ୧ ଲକ୍ଷ, କଳିଙ୍ଗ ମାଇନିଂ କର୍ପୋରେସନ୍ ପ୍ରାଇଭେଟ୍‌ ଲିମିଟେଡ୍‌ ୩୦ ଲକ୍ଷ, ଗୋଲ୍‌ଡେନ୍ ଫର୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ ୬୦ ହଜାର, ଓଡ଼ିଶା ଏଗ୍ରିକଲ୍‌ଚର୍ ସର୍ଭିସେସ୍ ଆସୋସିଏସନ୍ ୩ ଲକ୍ଷ ଟଙ୍କା, ଓଡ଼ିଶା ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ୧୦ ହଜାର ଟଙ୍କା ଦାନ କରିଛନ୍ତି। ଦାନ କରିଥିବା ସଂସ୍ଥା ଓ ବ୍ୟକ୍ତିବି‌େଶଷଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ପ୍ରତିଦିନ ରାଜ୍ୟ ସଚିବାଳୟରେ ପୂର୍ବାହ୍ନ ୧୨ଟାରୁ ୧୨ଟା ୩୦ ଏବଂ ଅପରାହ୍ନ ୫ଟାରୁ ୫ଟା ୩୦ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଗ୍ରହଣ କରୁଛନ୍ତି। ଏହା ବାଦ୍ ରାଜ୍ୟ ସଚିବାଳୟ ଅଭ୍ୟର୍ଥନା ପ୍ରକୋଷ୍ଠ ପାଖରେ ମଧ୍ୟ ‘ଡ୍ରପ୍ ବକ୍ସ’ର ବ୍ୟବସ୍ଥା କରାଯାଇଛି। ସମୟ ଅଭାବରୁ ସଚିବାଳୟ ଭିତରକୁ ଆସିବା ପାଇଁ ଚାହୁଁ ନ ଥିବା ବ୍ୟକ୍ତି ଓ ସଂସ୍ଥାମାନେ ‘ଡ୍ରପ୍ ବକ୍ସ’ରେ ନିଜ ନିଜର ଚେକ୍ ବା ନଗଦ ଅର୍ଥ ସମ୍ପୂର୍ଣ୍ଣ ଠିକଣା ସହ ପକାଇ ପାରିବେ। ଦାନ ପାଇଁ ଚେକ୍ କିମ୍ବା ଡ୍ରାଫ୍ଟ ‘ଓଡ଼ିଶା ଚିଫ୍ ମିନିଷ୍ଟର୍ସ ରିଲିଫ୍ ଫଣ୍ଡ୍‌’ ନାମରେ ହେବା ଦରକାର।

ଫନି ପାଇଁ ତୈଳ ମନ୍ତ୍ରଣାଳୟର ପିଏସ୍‌ୟୁ ଦେଲେ ୨୮ କୋଟି

ଭୁବନେଶ୍ବର : ଫନି ବାତ୍ୟାରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବେଳେ ପୁନରୁଦ୍ଧାର ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ନିମନ୍ତେ ତୈଳ ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ) ହାତ ବଢ଼ାଇଛନ୍ତି। ଏହି କମ୍ପାନିଗୁଡ଼ିକର ସମୟୋପଯୋଗୀ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଏନ୍‌ଜିସି, ବିପିସିଏଲ୍‌, ଏଚ୍‌ପିସିଏଲ୍‌, ଗେଲ୍‌ ଓ ଆଇଓସିଏଲ୍‌ ପରି ପ୍ରମୁଖ ପିଏସ୍‌ୟୁ ୫ କୋଟି ଟଙ୍କା ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ମାଗଣା କିରାସିନି କିଣିବାକୁ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ୩.୨୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। ଏହା ବାଦ୍ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ୫ କୋଟି ଟଙ୍କା ମୂଲ୍ୟର ରିଲିଫ୍ ସାମଗ୍ରୀ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଛି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଇ ଦେବା କାମର ପୁନରୁଦ୍ଧାର କରାଯାଇଥିଲା। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ୧୬୨ଟି ଏଲ୍‌ପିଜି ବିତରଣ କେନ୍ଦ୍ରକୁ ଦୁଇ ଦିନ ମଧ୍ୟରେ ପୁନଃ କାର୍ଯ୍ୟକ୍ଷମ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଥିଲା। ଓଡ଼ିଶାକୁ ପୁର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ତୈଳ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହା ବ‌ାଦ୍ ନିଜେ ଶ୍ରୀ ପ୍ରଧାନ ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର