ବନ୍ତଳା: ଦାନ ପାଇଁ ରଖାଯାଇଥିବା ହୁଣ୍ଡିକୁ ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମ ରଣେଶ୍ବର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦାନ ହୁଣ୍ଡି ଟେକିନେଇ ଯାଇଛନ୍ତି। ଏନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

publive-image

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ପ୍ରାଚୀନ ଶୈବପୀଠ ରଣେଶ୍ବର ଶିବ ମନ୍ଦିରରେ ଥିବା ଦୁଇଟି ଦାନ ହୁଣ୍ଡିକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଟେକିନେଇଥିଲେ। ଆଜି ସକାଳୁ ପୂଜା କରିବା ପାଇଁ ପୂଜକ ‌ଯେତେବେଳେ ପହଞ୍ଚି ଥିଲେ, ମନ୍ଦିରର ଦାନ ହୁଣ୍ଡି ଠିକ ସ୍ଥାନରେ ନ ଥିଲା। ସେ ଏନେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ତେବେ ମନ୍ଦିର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଦାନ ହୁଣ୍ଡିକୁ ଗୁଡିକ ଭଗ୍ନ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ତେବେ ଏନେଇ ବନ୍ତଳା ଥାନାରେ ଅଭିଯୋଗ ପରେ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।