କରୋନା ମୁକାବିଲା: ଗାଁ ଲୋକଙ୍କୁ ପୋଖରୀରେ ନଗାଧୋଇବାକୁ ପରାମର୍ଶ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ଗାଁ ଲୋକମାନେ ପୋଖାରୀରେ ନଗାଧୋଇବାକୁ ପରାମର୍ଶ ଦେଇଛନ୍ତି। ପୋଖରୀ ପାଣିକୁ ବ୍ୟବହାର ନ କରି ନଳ ପାଣି ଗାଧୋଇଲେ ଭଲ ବୋଲି ସରକାର ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତ ସ୍ତରକୁ ଆସୁଛି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଓଡ଼ିଶାରେ ୬୧ଟ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୦ଟି ନେଗେଟିଭ ଆସିଥିଲା ବେଳେ ଗୋଟିଏ ମାତ୍ର ପଜିଟିଭ ମିଳିଛି।

ଗ୍ରାମାଞ୍ଚଳରେ ପାର୍ଲର ଖୋଲା ଯାଇପାରିବ ନାହିଁ। ସାମାଜିକ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି। କରୋନା ଆକ୍ରାନ୍ତ ଓଡ଼ିଆ ଯୁବକ ଭଲ ଅଛନ୍ତି। ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ। ଓଡ଼ିଆ ଯୁବକ ଖାଇବା ପିଇବା କରୁଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, କାଲି ୫ଟି ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଏଗୁଡ଼ିକ ସବୁ ନେଗେଟିଭ ଆସିଛି। ସେ କହିଛନ୍ତି, ଜିଲ୍ଲାସ୍ତରରେ ଓ ପଂଚାୟତ ସ୍ତରରେ କ୍ୱାରେନଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେହିପରି କଟକ ମହାନଗର ନିଗମ ଅଧିନରେ ୨୧୫୦ଟି ବେଡ, ବ୍ରହ୍ମପୁରରେ ୮୪୦ଟି ବେଡ ଓ ଭୁବନେଶ୍ୱରସ୍ଥିତ ଘରୋଇ ହସ୍‌ପିଟାଲରେ ୯୯ଟି ବେଡ ବ୍ୟବସ୍ଥା କରାଯାଇଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ୍‌ଲାଇନ୍‌କୁ ୧୨ ହଜାରରୁ ଅଧିକ କଲ ଆସିଛି। ଆଜି ଦିନ ୨ଟା ସୁଦ୍ଧା ପୋଟାର୍ଲରେ ୨୬୦୦ ଲୋକ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ବୈଠକ ହୋଇଛି। ଗ୍ରାମାଞ୍ଚଳରେ କେମିତି ଏହାକୁ ମୁକାବିଲା କରାଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି।

ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ୪୮ଲକ୍ଷ ୩୮ହଜାର ୫୪୭ ଜଣ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି। ସେହିପରି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଯଦି କେହି ସରକାରୀ କର୍ମଚାରୀ ଘରୁଥାଇ କାମ କରିବାକୁ ଚାହାନ୍ତି, ତାହେଲେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଘରେ ଥାଇ କାମ କରିପାରିବେ। ଯଦି ସେ ଅସୁସ୍ଥ ଥିବେ ତା’ହେଲେ ୧୪ ଦିନ କ୍ୱାରେନଣ୍ଟାଇନରେ ରହିପାରିବେ। ଜେଲଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି ଯେ, ଜେଲରେ ଏକ ସଫା ସ୍ଥାନରେ ଆଇସୋଲେସନ ଖୋଲିପାରିବେ।

ସମ୍ବନ୍ଧିତ ଖବର