ଭୁବନେଶ୍ବର : ପ୍ରସ୍ତାବିତ ରାଜ୍ୟ କୃଷି ବିପଣନ ଆଇନ ସଂଶୋଧନରେ ଚାଷୀମାନଙ୍କ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ସେମାନଙ୍କୁ ଲାଭ ଦେବ। ପ୍ରସ୍ତାବିତ କୃଷି ବିପଣନ ଆଇନ ସଂଶୋଧନ ନେଇ ବିଭିନ୍ନ ଚାଷୀ ସଙ୍ଗଠନର ପ୍ରତିକ୍ରିୟା ପରେ ଏହି ମତ ଦେଇଛି ରାଜ୍ୟ ସମବାୟ ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ କୃଷିଜାତ ଦ୍ରବ୍ୟ କ୍ରୟ-ବିକ୍ରୟ ବେଳେ ସୀମାଗତ କଟକଣା ରହିଛି। ପ୍ରସ୍ତାବିତ ଆଇନ ସଂଶୋଧନ ପରେ ସମଗ୍ର ଦେଶର ବଜାର ଖୋଲିଯିବ। ସରକାରଙ୍କ ତତ୍ତ୍ବାବଧାନରେ ବାହାର ରାଜ୍ୟର ବ୍ୟବସାୟୀ ଆସି ଓଡ଼ିଶାର କୃଷିଜାତ ସାମଗ୍ରୀର କ୍ରୟ-ବିକ୍ରୟ କରିପାରିବେ। ସୂଚନା ଅନୁଯାୟୀ, ଓଡ଼ିଶାରେ ନବରଙ୍ଗପୁରରେ ମକା, କୋରାପୁଟରେ ଅଦା, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଲଙ୍କା ଏବଂ ରାୟଗଡ଼ ଜିଲ୍ଲା ଗୁଣୁପୁରରେ କପା ପାଇଁ ଜାତୀୟସ୍ତରୀୟ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଥିବା ନେଇ ବିଭାଗ କହିଛି।