ଭୁବନେଶ୍ୱର: ଅଫିସରେ ବରିଷ୍ଠ ଅଧିକାରୀଙ୍କୁ 'ଭାଇ' ବୋଲି ଡାକି ସମ୍ବୋଧନ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଆପଣଙ୍କ ଭାଇ ଡାକ ଆପଣଙ୍କ ଚାକିରିକୁ ହରଡ଼ଘଣାରେ ପକାଇପାରେ | ରାଜ୍ୟ ସରକାରଙ୍କ ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବାକୁ ନେଇ କଡା ନିର୍ଦ୍ଦେଶ ଆସିଛି | ସରକାରୀ ମର୍ଯ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ । ଏଥିରେ କୁହାଯାଇଛି, ବରିଷ୍ଠ ଅଧିକାରୀ ଉପସ୍ଥିତିରେ ବି ଅନେକ କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକୁଛନ୍ତି ।
/sambad/media/post_attachments/wp-content/uploads/2019/11/75580504_2566155443468346_5427595054363443200_o.jpg)
ଅଫିସ ଭିତରେ ଏଭଳି ଭାଇ ଉଚ୍ଚାରଣ ଠିକ ହେଉନାହିଁ । ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଥାଇପାରେ । କିନ୍ତୁ ଅଫିସ ଭିତରେ ଏଭଳି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି, ୧୯୫୯ର ଉଲ୍ଲଙ୍ଘନ କରୁଛି ।
ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ କୁହାଯାଇଛି । ନଭେମ୍ବର ୧୬ ତାରିଖରେ ନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/office.jpg)