ଜୟପୁର: କୋଭିଡ୍ ଜୟପୁର ସହରର ପିଛା ଛାଡୁନି। ଗତ ମେ ମାସରେ ପ୍ରଥମେ ବେଲ୍ ରୋଡରେ କରୋନା ଚିହ୍ନଟ ହେବା ପର ଠାରୁ ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ଧାରା ବଜାୟ ରହୁଛି। ଏହାରି ମଧ୍ୟରେ ବେସରକାରୀ ଭାବେ ଶତାଧିକ ସଂକ୍ରମିତ ଏହାରି କୋଳକୁ ଚାଳି ଯାଇଛନ୍ତି। ଏହା ବାଦେ ବି ଲୋକେ ଅମାନିଆ ପ୍ରକୃତିକୁ ଛାଡି ପାରୁନାହାନ୍ତି। ଯେତେ ମନା କରିବା ପରେ ବି ଗତ କାଲି ସଂଧ୍ୟା ପର୍ଯ୍ୟନ୍ତ ସବୁ ପୂଜା ମଣ୍ଡପ ଓ ସହରରେ ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା। କେବଳ ଜୟପୁର ସହର ହିଁ ନୁହଁ ବୋରିଗୁମ୍ମା, ଆମ୍ବାଗୁଡା, ରଣ୍ଡାପାଲ୍ଲୀ , କୁମୁଲିପୁଟ ଆଦି ପୂଜା ମଣ୍ଡପ ନିକଟରେ ଲୋକେ ଅମାନିଆ ହୋଇ ବିନା ମାସ୍କରେ ପ୍ରବଳ ଗହଳି ବି ଜମାଇଥିଲେ। ଲୋକଙ୍କ ଗହଳି ଦେଖି ପୁଲିସ ଓ ପ୍ରଶାସନ ବି ଚୁପ ରହିଥିବା ଦେଖିବାକୁ ମିଳିଥିଲା। ସେଭଳି ଆଜି ନୋ ଭେହିକଲ ଜୋନ୍ ବୋଲି ପ୍ରଶାସନ ଘୋଷଣା କରିଥିବା ଏମଜି ରୋଡରେ ଶହ ଶହ ବାଇକ୍ ପାର୍କିଂ ହୋଇଥିବା ବେଳେ ଟ୍ରାଫିକ୍ ଜାମ୍ ବି ହେଉଥିବା ଦେଖିବାକୁ ମିଳିଥିଲା। ସେଭଳି ଆଜି ଜୟପୁର ସହରରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସବୁ ପୁଣି ପୁରୁଣା ଅଂଚଳରୁ । ୪ଜଣ ସୌରାସାହି, ୨ଜଣ ଜୟପୁର ସହର ଓ ଜଣେ ଇରିଗେସନ୍ କଲୋନିରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ କେତେ ସଂକ୍ରମିତ ଓକେତେ ମରିବା ପରେ ଲୋକେ ସୁଧୁରିବେ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ।
ପୂଜା ମଣ୍ଡପରେ ପ୍ରବଳ ଭିଡ କେତେ ହେଲେ ସୁଧୁରିବେ!
/sambad/media/post_attachments/wp-content/uploads/2020/10/jpr-gohaliee1a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)