ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିବା ପରେ ସ୍ପଷ୍ଟ କଲେ ଓଡ଼ିଶା ସରକାର : କୌଣସି ବ୍ୟାଙ୍କ୍‌ର ଆର୍ଥିକ ଅବସ୍ଥା ବିଷୟରେ ମତ ଦେଇ ନାହୁଁ

ଭୁବନେଶ୍ୱର: ବ୍ୟାଙ୍କ୍‌ରେ ଅର୍ଥ ଜମା ରଖିବା ସଂକ୍ରାନ୍ତରେ ଓଡ଼ିଶା ସରକାର ବିଭିନ୍ନ ବିଭାଗକୁ ସତର୍କ କରାଇବା ପ୍ରସଙ୍ଗ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଚିନ୍ତା ଉଦ୍ରେକ କରିବା ପରେ ରାଜ୍ୟ ସରକାର ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ  କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କର ଆର୍ଥିକ ଅବସ୍ଥା ଉପରେ ପ୍ରଶାସନ କୌଣସି ମତ ପ୍ରକାଶ କରିନାହିଁ।

ଓଡ଼ିଶାର ଅର୍ଥ ବିଭାଗର ପ୍ରମୁଖ ସଚିବ ବିଭିନ୍ନ ବିଭାଗଗୁଡ଼ିକୁ ଦେଇଥିବା ସ୍ପଷ୍ଟୀକରଣରେ ଉଲ୍ଲେଖ ଅଛି: ଏତଦ୍ଦ୍ଵାରା ଏହା ସ୍ପଷ୍ଟ କରାଯାଉଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଅଧୀନରେ ଆସୁଥିବା କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ର ଆର୍ଥିକ ପରିସ୍ଥିତି ଉପରେ ରାଜ୍ୟ ସରକାର କୌଣସି ମତବ୍ୟକ୍ତ କରିନାହାନ୍ତି। ବ୍ୟାଙ୍କ୍‌ମାନଙ୍କର ଆର୍ଥିକ ପରିସ୍ଥିତି ସଂକ୍ରାନ୍ତରେ ଆଶଙ୍କା କରିବାର କୌଣସି କାରଣ ନାହିଁ।

ଏଥିରେ ଆହୁରି କୁହାଯାଇଛି କି, ପୂର୍ବରୁ ଅକ୍ଟୋବର ୨୧ରେ  ଜାରି ହୋଇଥିବା ସର୍କୁଲାର୍‌ ଅର୍ଥ ଥିଲା ଅକାରଣରେ ନୂଆ ଆକାଉଣ୍ଟ୍‌ ଖୋଲି ଜନମଙ୍ଗଳ ଓ ବିକାଶ କାର୍ଯ୍ୟକ୍ରମ ପାଇଁ ଜମା ଥିବା ସରକାରୀ ପାଣ୍ଠି ସ୍ଥାନାନ୍ତର କରା ନଯାଉ।

ସମ୍ବନ୍ଧିତ ଖବର