ବ୍ରହ୍ମପୁର ପୀଡ଼ିତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ ଆବଶ୍ୟକ ନାହିଁ

କଟକ : ବ୍ରହ୍ମପୁର ଏସିଡ୍‌ ମାଡ଼ ଘଟଣାର ପୀଡ଼ିତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀର ଆବଶ୍ୟକତା ନାହିଁ। ଏସିଡ୍‌ ମାଡ଼ ପରେ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। କେବଳ ଆଖି ଓ ହାତରେ ସାମାନ୍ୟ ଗଭୀର କ୍ଷତ ହୋଇଛି। ମୁହଁର ସର୍ଜରୀ ଆବଶ୍ୟକତା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଙ୍କେତ ମିଳିନାହିଁ। ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ ମୁହଁରେ ସର୍ଜରୀ କରାଯିବା ଆବଶ୍ୟକ ହେବନି। ତଥାପି କିଛି ଦିନ ପୀଡ଼ିତାଙ୍କୁ ନିରୀକ୍ଷଣରେ ରଖାଯାଇଛି। ପରବର୍ତ୍ତୀ ସମୟରେ ଯଦି ଆବଶ୍ୟକ ହୁଏ, ତାହେଲେ ସର୍ଜରୀ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଦଳର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି। ଦୁଇ ଦିନ ତଳେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ତାଙ୍କର କୃତ୍ରିମ ସ୍ୱଚ୍ଛପଟଳ ପ୍ରତିରୋପଣ କରାଯାଇଥିଲା। ଗତକାଲି ପୁଣି ଥରେ ଆଖି ପରୀକ୍ଷା କରାଯାଇଛି। ଦୃଷ୍ଟିଶକ୍ତି ଉପରେ ପାଖାପାଖି ସପ୍ତାହେ ପରେ ଜଣାପଡ଼ିବ। ତେଣୁ ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଢେର ଉନ୍ନତି ଆସିଥିବା ବେଳେ କେବଳ ଆଖିର ସ୍ଥିତିକୁ ନେଇ ଡାକ୍ତରମାନେ ଚିନ୍ତିତ ବୋଲି ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର