ଭୁବନେଶ୍ବର : କଟକସ୍ଥିତ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପଶ୍ଚିମବଙ୍ଗର କୋଲକାତାକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେ଼ଡି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ ଯେ କଟକରେ ଏହି ମହାନିର୍ଦ୍ଦେଶାଳୟ ଅଫିସ ଥିବାରୁ ରପ୍ତାନୀକାରୀମାନେ ଅବିଳମ୍ବେ ବୈଦେଶିକ କାରବାର କରିବାରେ ସୁବିଧା ପାଇଆସୁଛନ୍ତି। ବିଶେଷକରି ଗତବର୍ଷ ୩ ହଜାର କୋଟି ଟଙ୍କାର ସାମୁଦ୍ରିକ ମାଛ ରପ୍ତାନୀ କରାଯାଇଛି। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି ଏହି ଅଫିସ ପଶ୍ଚିମବଙ୍ଗ ଉଠିଯାଏ ତାହେଲେ ମାଛ ରପ୍ତାନୀ କରୁଥିବା ବ୍ୟବସାୟୀଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ତେଣୁ ଏହି ସ୍ଥାନାନ୍ତର ରୋକିବାକୁ ଭାରତ ସରକାରଙ୍କୁ ଜଣାଇବାକୁ ଶ୍ରୀ ଘଡ଼େଇ ଗୃହରେ ଦାବି କରିଥିଲେ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ ଯେ ଖୁବଶୀଘ୍ର ଶିଳ୍ପ ବିଭାଗ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି ଏହି ଅଫିସ ଯେପରି କଟକରୁ ସ୍ଥାନାନ୍ତର ନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବେ।
କଟକସ୍ଥିତ ବୈଦେଶିକ ଅଫିସ ପଶ୍ଚିମବଙ୍ଗ ସ୍ଥାନାନ୍ତର ନ କରିବାକୁ ଦାବି
/sambad/media/post_attachments/wp-content/uploads/2019/11/dgft.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)