ଭୁବନେଶ୍ବର : କୌଣସି ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ବଟିକା ଖାଆନ୍ତୁନି। କୋଭିଡ-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରାଯାଇଥିବା ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଦେଶରେ ୪ଟି ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ରହିଛି। ମହାରାଷ୍ଟ୍ରରେ ୨୯୧୬, ଦିଲ୍ଲୀରେ ୧୫୭୮, ତାମିଲନାଡ଼ୁରେ ୧୨୪୨ ଓ ରାଜସ୍ଥାନରେ ୧୦୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧ହଜାରରୁ କମ୍ ଓ ୫ଶହରୁ କମ୍ ସଂକ୍ରମିତ ୫ଟି ରାଜ୍ୟ ରହିଛନ୍ତି। ଗୁଜୁରାଟରେ ୭୬୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାର ୩ ଦିନ ପରେ ଗୁଜୁରାଟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ୬୦ଜଣ ଚିହ୍ନଟ ହୋଇଛନ୍ତି ଭାବି କୋହଳ କରିହେବ ନାହିଁ। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୭୩୪ କୋଭିଡ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ପଜିଟିଭ୍ ବ୍ୟକ୍ତିଙ୍କ ହାର ରହିଛି ୦.୮୯ ପ୍ରତିଶତ। ସେହିପରି ରାଜ୍ୟର ୧୯ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏବେ ୪୦ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ସେ ସୂଚନା ଦେଇଛନ୍ତି।
ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଖାଆନ୍ତୁନି
/sambad/media/post_attachments/wp-content/uploads/2020/04/Hydroxychloroquine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)