ଦୁଇ ବର୍ଷ ମଧ୍ୟରେ ସମ୍ବଲପୁରରେ ଲାଗିବ ଡପଲାର୍ ରାଡର

ଭୁବନେଶ୍ବର : ଓଡ଼ିଶାର େଗାପାଳପୁର ଓ ପାରାଦୀପରେ ଡପଲାର୍ ରାଡର ରହିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମ୍ବଲପୁରରେ ମଧ୍ୟ ଡପଲାର୍ ରାଡର ଲାଗିବ। କେବଳ ସେତିକି ନୁେହଁ, ବ୍ଲକସ୍ତରରୁ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଆସନ୍ତା ଦିନରେ ସମ୍ବେଦନଶୀଳ ବ୍ଲକରୁ ତଥ୍ୟ ସଂଗ୍ରହ କରାଯାଇ ପାଣିପାଗ ପୂର୍ବାନୁମାନ ସହିତ, ନିର୍ଦିଷ୍ଟ େକଉଁ ସ୍ଥାନରେ କିଭଳି ପ୍ରଭାବ ପକାଇବ ସେ େନଇ ଆକଳନ କରାଯିବ। ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ମହାନିର୍ଦେଶକ ପଦରେ ନିଯୁକ୍ତି ପାଇଥିବା ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଭୁବନେଶ୍ବରରେ ଏଭଳି ସୂଚନା େଦଇଛନ୍ତି।

ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ େକନ୍ଦ୍ର ସମେତ ବିଭିନ୍ନ ସଂସ୍ଥା ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ସେ କହିଥିଲେ ଯେ, ଏବେ ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ର ବିଶ୍ବର ତୃତୀୟ ସ୍ଥାନରେ ରହିଛି। ଏହାର ପୂର୍ବାନୁମାନ କେବଳ ଭାରତ ନୁେହଁ, ବରଂ ସମଗ୍ର ଏସିଆ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବିଭାଗ ପାଖେ ଚ୍ୟାଲେଞ୍ଜ େହଉଛି, କେତେ ଶୀଘ୍ର ବାସ୍ତବବାଦୀ ପୂର୍ବାନୁମାନ କରାଯିବ ଓ ବିପର୍ଯ୍ୟୟ ଜନିତ ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତି କମାଯାଇପାରିବ। ଏଠାରେ ଉଲ୍ଲେଖଥାଉକି, ସମଗ୍ର ଦେଶରେ ଏବେ ୨୪ଟି ରାଡର ରହିଛି। ଇଣ୍ଡିଆନ େସ୍ପସ୍ ଅର୍ଗାନାଇଜେସନର ୩ଟିକୁ ମିଶାଇ େମାଟ ୨୭ଟି ରାଡର ତଥ୍ୟକୁ ଧରି ପାଣିପାଗ ପୂର୍ବାନୁମାନ କରାଯାଉଛି। ଖୁବ୍ ଶୀଘ୍ର ଉତ୍ତର ପଶ୍ଚିମ ଭାରତରେ ଆଉ ୧୦ଟି, ଉତ୍ତର ପୂର୍ବର ରାଜ୍ୟରେ ୧୪ଟି ଏବଂ ଇଣ୍ଡିଆନ ଏୟାର େଫାର୍ସ ୧୨ଟି ରାଡର ଲଗାଇବେ। ଏହା ଫଳରେ ଆହୁରି ଅଧିକ ତଥ୍ୟ ମିଳିପାରିବ।

ସମ୍ବନ୍ଧିତ ଖବର