ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ‌ମନୋରଂଜନ କାର୍ଯ୍ୟକ୍ରମ ‘ଡଟ୍‌ ଫେଷ୍ଟ’ ରବିବାର  ଆରମ୍ଭ ହୋଇଯାଇଛି। ମରୋନରଂଜନଧର୍ମୀ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମଞ୍ଚରେ ୫-ଟି ସଚିବଙ୍କ ସହ ବିଡିଏର ଭାଇସ ଚାନ୍ସେଲର ବଲବନ୍ତ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବାନେଶ୍ବର (ଉତ୍ତର) ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ଗୋଟେପଟେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହୋଇଥିବା ବେଳେ ଡଟ ଫେଷ୍ଟ ଲୋକଙ୍କୁ ସନ୍ଧ୍ୟାରେ ମନୋରଞ୍ଜନର ଖୋରାକ ଯୋଗାଇବ। ସେହି ଲକ୍ଷ୍ୟ ରଖି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଡଟ ଫେଷ୍ଟ । ଏଥିରେ ସହରବାସୀ ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲୋକମାନେ ସନ୍ଧ୍ୟାରେ ମନୋରଞ୍ଜନ କରି ପାରିବେ। ଏଥିପାଇଁ ବିଭିନ୍ନ ଖାଦ୍ୟର ଷ୍ଟଲ ସାଙ୍ଗକୁ ବିଭିନ୍ନ ସେଲିବ୍ରେଟିମାନେ ମଧ୍ୟ ସଂଧ୍ୟାକୁ ରଙ୍ଗା ରଙ୍ଗ କରିଛନ୍ତି । ଉଦଘାଟନୀ ସନ୍ଧ୍ୟାରେ ଗୁରୁ ରନ୍ଧାୱା ନିଜ ଗୀତର ଜଲୱାରେ ଦର୍ଶକଙ୍କୁ ଝୁମେଇଛନ୍ତି ।