ରାଇରଙ୍ଗପୁର/ଖିଚିଂ/ଶୁକୃଳି/ଯଶିପୁର: ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶା ପାଇଁ ଶୁଭଙ୍କର। ପୂର୍ବ ସରକାର ନିଜର ଶାସନ କାଳରେ ଲୋକଙ୍କ କଥା ଚିନ୍ତା କରିନଥିଲେ। ଆଜି ଆମ ସରକାରଙ୍କୁ ୮ ମାସ ଶାସନର ହିସାବ ମାଗୁଛନ୍ତି। ତେବେ, ଡବଲ୍ ଇଞ୍ଜିନ୍ ସରକାରରେ କ’ଣ ବିକାଶ ହୋଇଛି, ତାହାକୁ ରାଜ୍ୟବାସୀ ଭଲଭାବେ ଜାଣନ୍ତି। ଖିଚିଂ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅପରାହ୍ଣ ୪ଟା ୩୦ମିନିଟ୍ରେ ଶୁକୃଳି ନିକଟ ପାଣ୍ଡରଶୀଳ ଗ୍ରାମରେ ଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ହେଲିକପ୍ଟରରୁ ଅବତରଣ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ୪.୪୦ ମିନିଟ୍ ସମୟରେ ଖିଚିଂ ମନ୍ଦିରରେ ପହଞ୍ଚିଥିଲେ। ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଖିଚିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଖିଚିଂ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ‘ସରପଞ୍ଚ ହେବା ପରଠାରୁ ସବୁବେଳେ ଲୋକଙ୍କ ସହ ରହିଆସିଛି। ଲୋକଙ୍କ ଭଲ ପାଇବା ଯୋଗୁଁ ଆଜି ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଛି।
ଖିଚିଂ ମହୋତ୍ସବ
ମୟୂରଭଞ୍ଜରେ ନିର୍ମାଣ ହେବ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କାରଖାନା
କିଚକେଶ୍ବରୀ ମନ୍ଦିର ଉନ୍ନତୀକରଣ ପାଇଁ ୫୦କୋଟି ମଞ୍ଜୁର
ଏଣୁ ସମସ୍ତଙ୍କ ଦୁଃଖ ଜାଣିପାରୁଛି। ମା’ କିଚକେଶ୍ୱରୀଙ୍କ ଆଶୀର୍ବାଦରୁ ପ୍ରଥମଥର ବିଧାୟକ ହୋଇଥିଲି। ଆଜି ମଧ୍ୟ ମା’ଙ୍କ ଆଶୀର୍ବାଦରୁ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି।’ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ପାଇଁ ପୂର୍ବରୁ ୫୨ କୋଟି ଏବଂ ବର୍ତ୍ତମାନ ୫୦ କୋଟି ମୋଟ ୧୦୨ କୋଟି, ଶିମିଳିପାଳର ଉନ୍ନତି ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦେଇଥିଲେ। ଏଥିସହିତ, ଆଗାମୀ ଦିନରେ ମୟୂରଭଞ୍ଜରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କାରଖାନା ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରଜ୍ୟସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଜିଲ୍ଲପାଳ ହେମକାନ୍ତ ସୟ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ।
ଗ୍ରେଟ୍ର ଟୁରିଜିମ୍ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂଜକ ଦିଲ୍ଲୀପ ପାଣିଗ୍ରାହୀ, ଧବଳେଶ୍ୱର ପାଣିଗ୍ରାହୀ, ସୁବାସ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଇଥିଲେ। ଶେଷରେ ନାଟ୍ୟକାର ସୂର୍ଯ୍ୟକାନ୍ତ ଆରୁଖ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଯଶିପୁର ଯାଇ ରାମତୀର୍ଥରେ ରାତ୍ରିଯାପନ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/02/NjhLSuz1ao5yelEKeOOz.jpg)