କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ଥାନାର ଶଙ୍କରପୁର ଧଳାଡିହି ସାହିରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ । ରାତିରେ ଶୋଇଥିବା ବେଳେ ୭ ବର୍ଷ ଝିଅ ଓ ମାଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରୁ ୫ ବର୍ଷର ପୁଅ ବର୍ତ୍ତିଯାଇଥିବା ଜଣାଯାଇଛି। ମୃତ ମହିଳା ହେଉଛନ୍ତି ଧଳାଡିହି ସାହିର ସରସ୍ୱତୀ ମୁଣ୍ଡା । ହତ୍ୟାକାଣ୍ଡ ଖବର ପାଇ ଚମ୍ପୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ସରସ୍ୱତୀ ମୁଣ୍ଡାଙ୍କ ସ୍ୱାମୀ ଏକ ମାମଲାରେ ଏବେ ଜେଲରେ ଅଛନ୍ତି । ତେବେ ଘରେ ଥିବା ମା ଓ ଝିଅଙ୍କୁ କିଏ, କାହିଁକି ହତ୍ୟା କଲା ଜଣାପଡ଼ିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/keon-1.jpg)