ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲା ପୁତୁରା, ଥାନାରେ ଅଭିଯୁକ୍ତ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ଜମିବାଡ଼ି ବିବାଦରୁ ନିଜର ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ପୁତୁରା ଫିଙ୍ଗିଦେଇଥିବାର ସୂଚନା ମିଳିଛି। ଦୀର୍ଘ ଦିନରୁ ପାରିବାରିକ ଜମିବାଡ଼ି କଳହ ହତ୍ୟାକାଣ୍ଡ ରୂପ ନେଲା । ପୁତୁରା ନିଜ ଦାଦା-ଖୁଡ଼ୀଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗି ଦେଲା।

ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ। ଗାଁରେ ରହୁଥିବା ତ୍ରିଲୋଚନ ନାଗଙ୍କ ପରିବାର ଏବଂ ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷରୁ ଜମିକୁ ନେଇ ବିବାଦ ରହିଥିଲା । ଜମି ବିବାଦ ଦିନକୁ ଦିନ ଦୁଇ ପରିବାରରେ ବଢି ବଢି ଚାଲିଥିଲା ।

ତେଣେ ଗତକାଲି ରାତିରେ ତ୍ରିଲୋଚନ ଗାଁରେ ତାସ ଖେଳୁଥିବା ସମୟରେ ଅଚାନକ ପୁତୁରା କୁଶ ଆସି କଳହ ଆରମ୍ଭ କରିଥିଲା । ପୂର୍ବରୁ ହତ୍ୟା ଯୋଜନା କରିଥିବା ପୁତୁରା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା । ଏହି ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାକୁ କୁଶ ପ୍ରଥମେ ନିଜ ଖୁଡ଼ୀଙ୍କୁ ହତ୍ୟା କରିବା ପରେ ତ୍ରିଲୋଚନ ଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଗାଁର ଏକ କୂଅରେ ଫିଙ୍ଗି ଦେଲା । ପୁଲିସ ଖବର ପାଇ ହତ୍ୟାକାରୀ କୁଶକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ମୃତକଙ୍କ ଝିଅ ଏହି ହତ୍ୟା ପଛରେ କୁଶର ପରିବାର ଥିବା ବେଳେ ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଆକ୍ରମଣ କରିଥିଲା। ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ଥିବା ବେଳେ କୁଶ ଜେଲ ଯାଇ ଜାମିନରେ ଆସିଥିଲେ ।

ସମ୍ବନ୍ଧିତ ଖବର