ରାଉରକେଲା: ଜମିବାଡ଼ି କିଣାବିକାକୁ କେନ୍ଦ୍ରକରି ଜଘନ୍ୟ କାଣ୍ଡ ଭିଆଇଛନ୍ତି ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଜମି ମାଲିକ ଓ ତାଙ୍କ ପତ୍ନୀ। ଶାବଳରେ ପିଟି ଦୁଇ ସାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକମାନେ ହେଲେ ସାରନଗରୀ ଲାଲଟାଙ୍କିର ସଞ୍ଜୟ ଦାସ (୩୦) ଓ ଇନ୍ଦ୍ରଜିତ ସ୍ବାଇଁ (୩୪)। ଟାଙ୍ଗରପାଲି ପୁଲିସ ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ପଠାଇଛି। ହତ୍ୟାକାରୀ ପତି-ପତ୍ନୀ ଫେରାର ଘଟଣାସ୍ଥଳରୁ ହୋଇଯାଇଥିବା ଜଣାପଡିଛି।ପାରିପାର୍ଶ୍ବିକ ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/post_attachments/wp-content/uploads/2023/02/r-1-300x293.jpg)
ମିଳିଥିବା ସୂଚନା ମୁତାବକ ହତ୍ୟାକାରୀ ସାରନଗରୀ କନଷ୍ଟ୍ରକ୍ସନ କଲୋନିରେ ଜମି ମାଲିକ ଓ ତାଙ୍କ ପରିବାର ରହନ୍ତି। ସେ ଲାଲଟାଙ୍କିର ଠିକା ଶ୍ରମିକ କାମ କରୁଥିବା ସଞ୍ଜୟ ଓ ଇନ୍ଦ୍ରଜିତଙ୍କୁ ନିଜର କିଛି ଜମି ବିକିବାକୁ କହିଥିଲେ। ଉଭୟ ସଞ୍ଜୟ ଓ ତାଙ୍କ ସାଙ୍ଗ ଇନ୍ଦ୍ରଜିତ ଜମି କିଣିବାକୁ ଜମି ମାଲିକଙ୍କୁ କିଛି ଟଙ୍କା ଦେଇଥିଲେ। ଜମି ମାଲିକ ଟଙ୍କା ପାଇବା ପରେ ବିକିବାକୁ ଥିବା ଜମି ଉଭୟ ସଞ୍ଜୟ ଓ ଇନ୍ଦ୍ରଜିତଙ୍କୁ ଦେଖାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ବିକି ନଥିଲେ। ଆଜି କାଲି କହି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟାରେ ଉଭୟ ସଞ୍ଜୟ ଓ ଇନ୍ଦ୍ରଜିତ୍ ଜମି ମାଲିକଙ୍କ କନଷ୍ଟ୍ରକ୍ସନ କଲୋନିସ୍ଥ ଘରେ ପହଞ୍ଚିଥିଲେ। ଜମି ଦିଅନ୍ତୁ ନ ହେଲେ ଦେଇଥିବା ଟଙ୍କା ଫେରସ୍ତ କରି ଦିଅନ୍ତୁ ବୋଲି ଜମି ମାଲିକଙ୍କୁ କହିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ଜମି ମାଲିକ ଓ ଦୁଇ ସାଙ୍ଗଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଜମି ମାଲିକ ଓ ତାଙ୍କ ପତ୍ନୀ ଘରୁ ଶାବଳ ଆଣି ସଞ୍ଜୟ ଓ ଇନ୍ଦ୍ରଜିତଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ସଞ୍ଜୟ ଓ ଇନ୍ଦ୍ରଜିତ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ଜମିମାଲିକ ଓ ତାଙ୍କ ପତ୍ନୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
/sambad/media/post_attachments/wp-content/uploads/2023/02/r-2-300x296.jpg)
ସୂଚନା ପାଇ ଟାଙ୍ଗରପାଲି ପୁଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଆର୍ଜିଏଚ୍କୁ ପଠାଇଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜମିବାଡି ବିକ୍ରି ନା ଅନ୍ୟ କେଉଁ ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ପୁଲିସ ତା’ର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/r.jpg)