ରାଉରକେଲା: ସରକାରୀ ଡବଲ ମର୍ଡର ଘଟଣାରେ ଟାଙ୍ଗରପାଲୀ ପୁଲିସ ମୃତକ ଓ ହତ୍ୟାକାରୀଙ୍କ ୫ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଦମ୍ପତି ଏବେ ବି ଫେରାର ଥିବା ପୁଲିସ କହିଛି। ଦୁହିଁଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେପଟେ ପୁଲିସ ମୃତ ଦୁଇ ଯୁବକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ହତ୍ୟାକାରୀ ଗଞ୍ଜୁ ଭୂମିଜ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟାକାରୀ ଗଞ୍ଜୁ ନିଜ ଭାଇକୁ ହତ୍ୟାକରି ବହୁଦିନ ଜେଲ ଥିଲା। କିଛି ମାସ ପୂର୍ବରୁ ଜେଲରୁ ବାହାରିଥିଲା।
ପ୍ଲଟିଂ କରୁଥିଲା ସରକାରୀ ଓ ଘରୋଇ ଜମି
ହତ୍ୟାକାରୀ ନେଇଥିଲା ଅଗ୍ରିମ ୩୦ ହଜାର
୫ ଅଟକ, ହତ୍ୟାକାରୀ ଦମ୍ପତି ଫେରାର
ଜେଲରୁ ବାହାରି ପରେ ପୂର୍ବପରି ଗଞ୍ଜୁ , ତା’ର କିଛି ସହଯୋଗୀ ସାରନଗରୀ ଓ ଏହାର ଆଖପାଖ ଅଞ୍ଚଳରେ ଜମି କିଣାବିକା କାମ ଆରମ୍ଭ କରିଥିଲା। ଜୋରଜବରଦସ୍ତ ସରକାରୀକୁ ମାଡ଼ି ବସୁଥିଲା। ପରବର୍ତ୍ତୀ ସମୟରେ ସେହି ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକୁଥିଲା। ସାରନଗରୀ ଉତ୍କଳନଗର ନିକଟରେ ଥିବା ସରକାରୀ ଜମିକୁ ଗଞ୍ଜୁ ବିକୁଥିବା ଶୁଣିବାକୁ ପାଇଥିଲେ ସଞ୍ଜୟ ଓ ତା’ର ସାଙ୍ଗ ଇନ୍ଦ୍ରଜିତ। ଦୁହେଁ କିଛି ଦିନ ପୂର୍ବରୁ ଗଞ୍ଜୁଙ୍କ କନଷ୍ଟ୍ରକ୍ସନ କଲୋନିସ୍ଥ ଘରକୁ ଆସିଥିଲେ। ଉତ୍କଳନଗର ନିକଟସ୍ଥ ସରକାରୀ ଜମି କିଣିବାକୁ ଗଞ୍ଜୁକୁ ଅଗ୍ରିମ ୩୦ ହଜାର ଟଙ୍କା ଦେଇଥିଲୋ। ଗଞ୍ଜୁ ବିକିବାକୁ ଥିବା ଜମିକୁ ସଞ୍ଜୟ ଓ ଇନ୍ଦ୍ରଜିତ୍ ଅନ୍ୟ ଜଣଙ୍କୁ କିଣାଦାମ ଠାରୁ ୫ ଗୁଣା ଅଧିକ ଦାମରେ ବିକିବାକୁ କୁଆଡେ ଠିକ୍ କରିଥିଲେ।
ଏହି କଥା ହତ୍ୟାକାରୀ ଗଞ୍ଜୁ ଜାଣିବା ପରେ ଜମିକୁ ବିକିବାକୁ ସଞ୍ଜୟ ଓ ଇନ୍ଦ୍ରଜିତ୍କୁ ମନା କରି ଦେଇଥିଲା। ଫଳରେ ଇନ୍ଦ୍ରଜିତ୍ ଓ ସଞ୍ଜୟ ତା’ର କିଛି ସହଯୋଗୀଙ୍କ ସହ ଗତକାଲି ସକାଳେ ଗଞ୍ଜୁ ରହୁଥିବା କନଷ୍ଟ୍ରକ୍ସନ କଲୋନିସ୍ଥ ଘରେ ପହଞ୍ଚିଥିଲେ। ସେହି ଜମିକୁ ମାତ୍ର ୨ ଲକ୍ଷ ଟଙ୍କାରେ ବିକିବାକୁ ସଞ୍ଜୟ ଓ ଇନ୍ଦ୍ରଜିତ୍ ଗଞ୍ଜୁକୁ ବାଧ୍ୟ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଇନ୍ଦ୍ରଜିତ୍, ସଞ୍ଜୟ ଓ ତା’ର ଅନ୍ୟ ସହଯୋଗୀ ଗଞ୍ଜୁକୁ ଧମକ ଚମକ ଦେଇ ଘରକୁ ଫେରି ଆସିଥିଲେ। ଫେରିବା ବେଳେ ସେମାନେ ସଂଧ୍ୟାରେ ପୁଣି ଆସିବାକୁ କହିଥିଲେ। ସେମାନେ ସଂଧ୍ୟାରେ ଆସୁଥିବା ଜାଣି ଗଞ୍ଜୁ ଓ ତା’ର ପତ୍ନୀ ଅନ୍ୟମାନଙ୍କ ସହ ପୁରା ପ୍ରସ୍ତୁତ ହୋଇ ରହିଥିଲା। ସଂଧ୍ୟା ପ୍ରାୟ ୫ଟାରେ ସଞ୍ଜୟ, ଇନ୍ଦ୍ରଜିତ୍ ଓ ତା’ର ଅନ୍ୟ ଜଣେ ସହଯୋଗୀ ମୋଟରବାଇକ୍ରେ ଗଞ୍ଜୁ ଘରେ ପହଞ୍ଚି ଦୁଇ ଲକ୍ଷରେ ଜମି ଦେବାକୁ ବାଧ୍ୟ କରିଥିଲେ। ଗଞ୍ଜୁ ଦୁଇ ଲକ୍ଷରେ ଜମି ଦେବାକୁ ରୋକଠୋକ୍ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ସହ ଘରେ ଭିତରେ ଠେଲାପେଲା ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ଥିବା ଗଞ୍ଜୁ ଓ ତା’ର ସହଯୋଗୀ ଫାର୍ସାରେ ସଞ୍ଜୟ, ଇନ୍ଦ୍ରଜିତ ଓ ତା’ର ଅନ୍ୟ ଜଣେ ସାଙ୍ଗକୁ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ସଞ୍ଜୟ ଓ ଇନ୍ଦ୍ରଜିର ସାଙ୍ଗ ବର୍ତ୍ତିଯାଇଥିଲେ। ସଞ୍ଜୟ ଓ ଇନ୍ଦ୍ରଜିତଙ୍କର ମୃତୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/8-4.jpg)