ଜମି ବିବାଦକୁ କେନ୍ଦ୍ର କରି ହତ୍ୟା: ବଡ ଭାଇ ଓ ପୁତୁରାଙ୍କ ମୃତ୍ୟୁ, ଭାଉଜ ଗୁରୁତର

ଅଭିଯୁକ୍ତ ସାନଭାଇ ଥାନାରେ ଅଟକ

ଗଡ଼ପୋଷ: ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇର  ଆକ୍ରମଣରେ ବଡ଼ ଭାଇ ଓ ପୁତୁରାଙ୍କର ମୃତ୍ୟୁ ହେବା ସହ ଭାଉଜ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ଅଭିଯୁକ୍ତ ସନାତନ ମାଝୀଙ୍କର ନିଜ ବଡ଼ଭାଇ ଦିଲୀପ ମାଝୀଙ୍କ ସହ କଳହ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନାତନ ବଡଭାଇ ଓ ଭାଉଜ ସରିତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହାପରେ ୪ବର୍ଷର ନିଷ୍ପାପ ପୁତୁରା ବିଶ୍ୱରାଜକୁ ମଧ୍ୟ ଆକ୍ରମଣ କରିବାରେ ପଛାଇ ନ ଥିଲେ । ତିନିଜଣ ମୃତ୍ୟୁବରଣ କରିଥିବା ଭାବି ଅଭିଯୁକ୍ତ ୩ଜଣଙ୍କୁ ତାଳଡିହି ଅଙ୍ଗନବାଡି କେନ୍ଦ୍ରର ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ।

ଘଟଣା ପ୍ରଘଟ ହେବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ତେବେ ବଡ଼ଭାଇ ଓ ପୁତୁରା ମୃତ୍ୟୁବରଣ କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଭାଉଜ ଦୁଇଦିନ ଟାଙ୍କିରେ ପଡି ରହିବା ସତ୍ତ୍ୱେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଉପଖଣ୍ଡସ୍ତରୀୟ ଥାନାଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ,ଏସ୍ ଆଇ ଥୋମାସ କେର୍କେଟା ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର