ଟାଙ୍ଗୀ (ଖୋର୍ଧା):ବହୁବାର ଦାବି, ଆନ୍ଦୋଳନ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଯୋଗୁଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ମାସ ତଳେ ୨ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଟାଙ୍ଗୀ ଓ ଆଖପାଖ ଅଞ୍ଚଳବାସୀଙ୍କ ସହ ବିଶ୍ୱାସ ଘାତକତା କରି ଏହି ନବନିଯୁକ୍ତ ୨ଡାକ୍ତରଙ୍କୁ ଏଠାରୁ ବଦଳି କରିଦେଇଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନଳିନୀକାନ୍ତ ପଣ୍ଡା ଓ ଶିଶୁ ରୋଗ ବିଶେଷଜ୍ଞ ସୁଜିତ୍ କୁମାର ସାହୁଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ବଦଳି କରି ନିଆଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁବାସ ଚନ୍ଦ୍ର ଘଡ଼େଇଙ୍କଠାରୁ ସୂଚନା ମିଳିଛି। ଫଳରେ ପୂର୍ବପରି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଡାକ୍ତର ମରୁଡ଼ି ଦେଖାଦେଇଛି। ଏଠାରେ ଏବେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ଘଡ଼େଇ ଓ ଆସିଷ୍ଟାଣ୍ଟ ସର୍ଜନ ଜିତେନ୍ଦ୍ର ସାହୁ ଦାୟିତ୍ୱ ତୁଲାଉଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏପରି ପଦକ୍ଷେପ ବିରୋଧରେ ଟାଙ୍ଗୀ ଓ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଏହି ଡାକ୍ତରଖାନାକୁ ପ୍ରାୟ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ଚିକିତ୍ସା ଲାଗି ଭର୍ତି କରାଯାଇଥାଏ। ଅପରପକ୍ଷେ ଟାଙ୍ଗୀ ବ୍ଲକ ସମେତ ଚଣ୍ଡେଶ୍ୱର, ଭୁଷଣ୍ଡପୁର, କନ୍ତଳବାଇ, ଭୁଷଣ୍ଡପୁର, ସୁନ୍ଦରପୁର ସମେତ ପଡ଼ୋଶୀ ନୟାଗଡ଼ ଜିଲ୍ଲାର ରଣପୁର, କନ୍ଧନୟାଗଡ଼, ଚମ୍ପାଗଡ଼, କେରେଣ୍ଡାଟାଙ୍ଗୀ ଆଦି ମୋଟ ୨୦ରୁ ଊର୍ଧ୍ୱ ପଞ୍ଚାୟତବାସୀଙ୍କ ପାଇଁ ଏହା ଏକମାତ୍ର ନିକଟତମ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ପ୍ରତିଦିନ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହଶହ ରୋଗୀଙ୍କ ଭିଡ଼ ଜମିଥାଏ। କିନ୍ତୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରୁ ଡାକ୍ତର ବଦଳି କରାଯିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ଏହି ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ କରିବାକୁ ଦାବି କରାଯାଇଛି।
୩ ମାସ ତଳେ ନିଯୁକ୍ତ ୨ ଡାକ୍ତରଙ୍କ ବଦଳି
ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସରକାରୀ ଅବହେଳା
/sambad/media/post_attachments/wp-content/uploads/2017/11/Al-Fazal20Hospital20-20Logo-33-1501937746.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)