ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଧୁବେନଛାପଲର ସାହୁବନ୍ଧ ପୋଖରୀରେ ବୁଡ଼ି ରାହସ ରାବଣା (୭୨ ବର୍ଷ)ଙ୍କ ମତ୍ୟୁ ହୋଇଛି। ସେ ଶନିବାର ଦିନ ୧୨ଟାରେ ଗାଧୋଇବାକୁ ଯାଇ ଫେରି ନ ଥିଲେ। ରବିବାର ସକାଳୁ ମୃତଦେହ ପୋଖରୀରେ ଭାସୁଥିବାର ଦେଖି ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ।
ଠେଲକୋଲୋଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଜାରି ରଖିଛି।