ଯୌତୁକଜନିତ ବଧୂ ଆତ୍ମହତ୍ୟା ମାମଲା: ଶାଶୁ, ଶ୍ବଶୁର, ସ୍ବାମୀଙ୍କୁ ୭ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ମୋଟାଟାଙ୍ଗିରି ଗ୍ରାମର ଏକ ଯୌତୁକ ଜନିତ ବଧୂ ଆତ୍ମହତ୍ୟା ମାମଲାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।  ମୋଟାଟାଙ୍ଗିରି ଗ୍ରାମର ଗଜେନ୍ଦ୍ର ମାରାଣ୍ଡିଙ୍କ ପୁଅ ଶ୍ରୀକାନ୍ତ ମାରାଣ୍ଡି ଗତ ୨୦୨୦ ମସିହାରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କାଟେପୂର୍ତ୍ତି ନଗର ମାଳତି ହେମ୍ବ୍ରମଙ୍କୁ ବିବାହ କରିଥିଲେ। ବିବାହ ପରେ ଯୌତୁକ ନିର୍ଯାତନା ଯୋଗୁ ୨୦୨୦ ମସିହା ଏପ୍ରିଲ ୧୨ ତାରିଖରେ ମାଳତି ଆତ୍ମହତ୍ୟା କରିଥିଲେ।

ଏଥିନେଇ ମାଳତିଙ୍କ ବାପା ଟାଉନ ଥାନାରେ ଅଭିଯୋଗ କରିବା ପରେ ନଂ.୯୨/୨୦ରେ ମାମଲା ରୁଜୁ ହୋଇଥିଲା। ଶ୍ବଶୁର ଗଜେନ୍ଦ୍ର ମାରାଣ୍ଡି, ଶାଶୁ ଅଞ୍ଜନା ମାରାଣ୍ଡି ଏବଂ ସ୍ବାମୀ ଶ୍ରକାନ୍ତ ମାରାଣ୍ଡିଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଥିଲା।  ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍‌ ଡାକ୍ଟର ମମତା ମହାନ୍ତି ଅଭିଯୁକ୍ତ ଶାଶୂ, ଶ୍ବଶୁର ଏବଂ ସ୍ବାମୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଏବଂ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର