ଭୁବନେଶ୍ବର : ରାଜ୍ୟରେ ଯୌତୁକ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ଯଦିଓ ଗତବର୍ଷ ତୁଳନାରେ ଚଳିତବର୍ଷ ହତ୍ୟା ଓ ଦୁଷ୍କର୍ମ ମାମଲା ହ୍ରାସ ପାଇଛି, ମାତ୍ର ଏଥିରେ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିନାହିଁ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ୨୦୨୧ ମସିହା ସେପ୍ଟେମ୍ବର ବେଳକୁ ରାଜ୍ୟରେ ୩୬୯୩ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ତେବେ ୨୦୨୨ ସେପ୍ଟେମ୍ବର ବେଳକୁ ଏହା ବୃଦ୍ଧି ପାଇଁ ୩୯୨୬ରେ ପହଞ୍ଚିଛି। ସେହିପରି ଗତବର୍ଷ ଏହି ସମୟରେ ରାଜ୍ୟରେ ୧୧୯୧ ହତ୍ୟା ମାମଲା ଆସିଥିବା ବେଳେ ଚଳିତବର୍ଷ ୧୧୩୮, ଗତବର୍ଷ ୨୩୬୮ ଦୁଷ୍କର୍ମ ମାମଲା ଓ ଚଳିତ ବର୍ଷ ୨୨୬୯ ମାମଲା ଦାୟର ହୋଇଛି। ତେବେ ଅଣ ଯୌତୁକ ଜନିତ ମାମଲାରେ ଯଥେଷ୍ଟ ବୃଦ୍ଧି ହୋଇଛି। ଗତବର୍ଷ ଏହି ସଂଖ୍ୟା ୩୪୨୯ ଥିବା ବେଳେ ଚଳିତବର୍ଷ ୪୦୭୨, ସାଇବର ଅପରାଧ ଗତବର୍ଷ ୧୫୩୧ ଥିବା ବେଳେ ଚଳିତବର୍ଷ ୧୪୬୨ ଓ ଗତବର୍ଷ ୧୦୯୩ ଏନ୍ଡିପିଏସ୍ ମାମଲା ଥିବା ବେଳେ ଚଳିତବର୍ଷ ୧୨୫୧କୁ ବୃଦ୍ଧି ପାଇଛି। ତେବେ ଏହି ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହାର ସହ ଜାତୀୟ ହାରର ତୁଳନାତ୍ମକ ଚିତ୍ର ସଂଗ୍ରହ କରାଯାଉଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।