ସମ୍ବଲପୁର: ବୁର୍ଲା ଥାନା ମହତାବ ନଗରର ସାବିଆ ଖାତୁନ(୨୯) ୫ ବର୍ଷ ତଳେ କୁଚିଣ୍ଡା ରାଜଧାନୀପଡ଼ାର ଶେଖ୍ ଵାଜିଦ୍ଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସ୍ବାମୀଙ୍କ ସହ ଶାଶୂଘର ଲୋକେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ଶାଶୂଘରଲୋକେ ନିର୍ଯାତନା ଦେବା ଛାଡ଼ି ନଥିଲେ।
ସେ ବାଧ୍ୟ ହୋଇ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ବାପ ଘରେ ସେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ତେବେ ତାପରଠୁ ତାଙ୍କ ସ୍ବାମୀ ଆଉ ତାଙ୍କୁ ପଚାରି ନଥିଲେ। ଶେଷରେ ମହିଳା ଜଣକ ବୁର୍ଲା ଥାନାରେ ଏ ନେଇ ଶନିବୂାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।