ଏପିଜେ ଅବଦୁଲ କଲାମ ଇଗ୍‌ନାଇଟ ପ୍ରତିଯୋଗିତା-୨୦୧୮: ଓଡ଼ିଶାକୁ ସର୍ବାଧିକ ପୁରସ୍କାର

ନୂଆଦିଲ୍ଲୀ : ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ଦ୍ବାରା ଆଜି ଏପିଜେ ଅବଦୁଲ କଲାମ ଇଗ୍‌ନାଇଟ ପ୍ରତିଯୋଗିତା ୨୦୧୮ର ଫଳାଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାକୁ ସର୍ବାଧିକ ୮ଟି ପୁରସ୍କାର ମିଳିଛି। ସର୍ବଭାରତୀୟ ତାଲିକାରେ ଓଡ଼ିଶାର ସ୍ଥାନ ପ୍ରଥମରେ ରହିଛି। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ହୋଇଥିଲା ସେଥିରେ ବରଗଡ଼ ଜିଲ୍ଲା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ସୁଶୀଳ ସାହୁ, ଖୋର୍ଦ୍ଧା ଜିଲ୍ଲାର ଭୀମ ଭୋଇ ନେତ୍ରହୀନ ବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ଜଗଦଳା ଓ ଲୀନା ସ୍ବାଇଁ, ଭୁବେନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ର ରାହୁଳ ବିଶ୍ବାସ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ରୀ ସ୍ନୋହାରାଖୀ ଆପଟ, ବି.ଜେ. ଇଂଲିସ ମିଡିୟମ ସ୍କୁଲର କିରଣ ଚୌଧୁରୀ ଓ ଆଦ୍ୟାସା ପ୍ରିୟଦର୍ଶିନୀ ରଥ ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଛାତ୍ର ମୁର୍ମୁଙ୍କୁ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଆସନ୍ତାମାସ ୧୭ ତାରିଖରେ କୃତି ଛାତ୍ରଛାତ୍ରୀମାନଙ୍କୁ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୁରସ୍କାର ପ୍ରଦାନ କରିବେ। ପ୍ରତିଯୋଗିତାରେ ୯୦ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏବଂ ସର୍ବଭାରତୀୟସ୍ତରରେ ୩୧ ଜଣଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର