କଟକ: ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ (ଏସସିବି) କଲେଜ ଓ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଭୁବନାନନ୍ଦ ମହାରଣାଙ୍କ ପରଲୋକ ନେଇ ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ମସ୍ତିଷ୍କାଘାତ ପାଇଁ ନିକଟରେ ଭୁବନାନନ୍ଦ ମହାରଣାଙ୍କର ଅପରେସନ କରାଯାଇଥିଲା। ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ। କରୋନା ସମୟରେ ସମୟପୋଯୋଗୀ ପରାମର୍ଶ ଦେଇ ଅନେକ ଧନଜୀବନ ରକ୍ଷା କରିଥିଲେ। ଏହାସହିତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଜ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ଭୁବନାନନ୍ଦ.jpg)