ଡଃ ବିବେକାନନ୍ଦ ମହାପାତ୍ର ଏନ୍‌ସିବିଏମ୍‌ର ନୂତନ ମହାନିର୍ଦ୍ଦେଶକ

ଭୁବନେଶ୍ବର: ନେସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ସିମେଣ୍ଟ ଏଣ୍ତ ବିଲ୍‌ଡିଂସ୍‌ ମେଟେରିଏଲ୍‌ସର ମହାନିର୍ଦ୍ଦେଶକ ଭାବେ ମୁଖ୍ୟକାର୍ଯ୍ୟାଳୟ ବଲ୍ଲଭଗଡ଼ଠାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସିମେଣ୍ଟ କ୍ଷେତ୍ରରେ ଭାରତର ନୂତନ ଜ୍ଞାନ କୌଶଳ ବ୍ୟବହାର ସହ ବ୍ଲେଣ୍ତଡ୍‌ ସିମେଣ୍ଟ ନିର୍ମାଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏଥିସହ ନୂତନ କଞ୍ଚାମାଲ ବ୍ୟବହାର ସହ ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ବ୍ୟବହାର କରି ସିମେଣ୍ଟ ଶିଳ୍ପକୁ ଅଧିକ ପାରଦର୍ଶିତା ଆଣିବା ଦିଗରେ ଲକ୍ଷ୍ୟ ରଖିଛନ୍ତି। ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନର ଗବେଷଣାକୁ ନେଇ ସିମେଣ୍ଟ ଶିଳ୍ପକୁ ସମୟପୋଯୋଗୀ କରିବା ଦିଗରେ ଲକ୍ଷ୍ୟ ରଖିଛନ୍ତି। ଶ୍ରୀ ମହାପାତ୍ର ଜାତୀୟ ସିମେଣ୍ଟ ଓ କୋଠାବାଡ଼ି ସରଞ୍ଜାମ ପରିଷଦର ମହାନିର୍ଦ୍ଦେଶକ ଭାବେ କ୍ୟାବିନେଟ କମିଟି ଦ୍ବାରା ପ୍ରଥମ ଥର ପାଇଁ ଶିଳ୍ପକ୍ଷେତ୍ରରୁ ନିଯୁକ୍ତି ପାଇଛନ୍ତି। ଏହି ଅନୁଷ୍ଠାନରେ ହାଇଦ୍ରାବାଦ, ଅହମଦାବାଦ ଓ ବଲ୍ଲଭଗଡ଼ର ୧୬୦ରୁ ଊର୍ଦ୍ଧ୍ବ ବୈୖଜ୍ଞାନିକ କାର୍ଯ୍ୟକରନ୍ତି।

ସମ୍ବନ୍ଧିତ ଖବର