ବିଜୟ ମହାପାତ୍ର ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୫ଜଣ ବରିଷ୍ଠ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇଛି। ପୂର୍ବରୁ ଏମାନେ ଅତିରିକ୍ତ ନିର୍ଦେଶକ ଲେଭଲ-୧ରେ ଥିବା ବେଳେ ଏବେ ସେମାନଙ୍କୁ ନିର୍ଦେଶକ ପଦବିକୁ ପଦୋନ୍ନତି ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବାର ଭାରପ୍ରାପ୍ତ ନିର୍ଦେଶକ ଥିବା ଡା. ବିଜୟ କୁମାର ମହାପାତ୍ର ସ୍ବାସ୍ଥ୍ୟସେବା ନିର୍ଦେଶକ, ଖାଦ୍ୟ ସୁରକ୍ଷାର ଭାରପ୍ରାପ୍ତ ନିର୍ଦେଶକ ଡା. ପ୍ରଦୀପ ମହାପାତ୍ରଙ୍କୁ ଖାଦ୍ୟ ସୁରକ୍ଷା ନିର୍ଦେଶକ ଓ ଆରଜିଏଚ୍‌ର ଭାରପ୍ରାପ୍ତ ନିର୍ଦେଶକ ଥିବା ଡା. ଦୀନବନ୍ଧୁ ପଣ୍ଡା ଆରଜିଏଚ୍‌ ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ କଳାହାଣ୍ଡି ସିଡିଏମ୍‌ଓ ଡା.ବନଲତା ଦେବୀ ଓ ଡା.ବିଜୟ କୁମାର ପାଣିଗ୍ରାହୀଙ୍କୁ ନିର୍ଦେଶକ ତଥା ଅତିରିକ୍ତ ସଚିବ(ବୈଷୟିକ)କୁ ପଦୋନ୍ନତି ମିଳିଛି।

ସମ୍ବନ୍ଧିତ ଖବର