କରୋନା ସଂକ୍ରମଣ କମିବା ପରେ ହସ୍ପିଟାଲ ଉପରୁ ବି ଚାପ କମିବାରେ ଲାଗିଛି: ବିଜୟ ମହାପାତ୍ର

ଭୁବନେଶ୍ବର: କରୋନା ସଂକ୍ରମଣକୁ କମିବା ପରେ ହସ୍ପିଟାଲ ଉପରୁ ବି ଚାପ କମିବାରେ ଲାଗିଛି । ଏହା ଏକ ଭଲ ସଂକେତ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି, ହସ୍ପିଟାଲ ଉପରୁ ଧୀରେ ଧୀରେ ଚାପ କମୁଛି । ଶଯ୍ୟା ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଅଛି । ଆଇସିୟୁ ଓ ଭେଂଟିଲେଟରରେ ଏବେ ୫୬ ପ୍ରତିଶତ ରୋଗୀ ଅଛନ୍ତି ।

ସାଧାରଣ ବେଡରେ ୟୁଟିଲାଇଜେସନ ବହୁତ କମିଛି । ଯେଉଁଠି ଅଧିକ ପଜିଟିଭ୍ ବାହାରୁଛନ୍ତି । ସେଠାରେ ସର୍ଭେଲାନ୍ସ କରାଯାଉଛି । ଅଧିକ ଟେଷ୍ଟ କରି ଆଇସୋଲେଟ୍ କରାଯାଉଛି । ପଜିଟିଭ୍ ହାର ଅଧିକ ଥିବା ଜିଲ୍ଲାରେ ମଧ୍ୟ ସମାନ ପ୍ରଣାଳୀ ପ୍ରୟୋଗ କରାଯାଉଛି । ଟେଷ୍ଟିଂ, ଟ୍ରାକିଂ , ଆଇସୋଲେସନ ସହ ଘରକୁ ଘର ବୁଲି ସର୍ଭେ କରାଯାଉଛି ।

ସମ୍ବନ୍ଧିତ ଖବର