ଭୁବନେଶ୍ବର : ଢେଙ୍କାନାଳ ସହରର ହୋମିଓପାଥି ଡାକ୍ତର ବିନୟ କୁମାର ମହାପାତ୍ରଙ୍କର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍‌ରେ ଗତ ୩ ତାରିଖରେ ପରଲୋକ ହୋଇଯାଇଛି। ସେ କିଡ୍‌ନି ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ୬୦ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ବରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ହୋମିଓପାଥି ଚିକିତ୍ସାରେ ଅନେକ ଦୁରାରୋଗ୍ୟ ବ୍ୟାଧିର ଉପଶମ କରି ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଦରିଦ୍ର ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ। ଏପରିକି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ସେ ସଂପୃକ୍ତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।