ବାରିପଦା: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ବିନୟ କୁମାର ଅଗରୱାଲାଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଣେ କ୍ଷାତନାମା ଡାକ୍ତର ଭାବେ ସେ ବେଶ୍ ପରିଚିତ ଥିଲେ। ଚାକିରିରୁ ଅବସର ପରେ ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ସହିତ ଜଡ଼ିତ ଥାଇ ସମାଜସେବାରେ ବ୍ରତୀ ହୋଇଥିଲେ। ତାଙ୍କ ପତ୍ନୀ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ସଞ୍ଜିବନୀ ଅଗରୱାଲା ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ତାଙ୍କ ଭଡ଼ଭାଇ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଅଗରୱାଲା। ଆଜି ତାଙ୍କ ମୃତଦେହ ବାରିପଦାରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ। ବାରିପଦା ବାରୁଣୀ ଶ୍ମଶାନଘାଟରେ ବଡ଼ପୁଅ ଚନ୍ଦନ ଓ ସାନପୁଅ ରଞ୍ଜନ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିନୟ କୁମାର ଅଗରୱାଲାଙ୍କ ଦେହାନ୍ତ
/sambad/media/post_attachments/wp-content/uploads/2021/06/fbfa6c9f-8a57-490e-9841-24eb06e462c2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)