ପୁରୀ : ଗ୍ଳକୋମା ବା କଳା ମୋତିଆବିନ୍ଦୁ ଚକ୍ଷୁର ଏକ ମାରାତ୍ମକ ରୋଗ ଏବଂ ଏହା ଦୃଷ୍ଟିର ଅପୂରଣୀୟ କ୍ଷତିର କାରଣ ହୋଇପାରେ। ଚକ୍ଷୁର ବର୍ଦ୍ଧିତ ଆଇଓପି(ଅଭ୍ୟନ୍ତରୀଣ ଚାପ ବଢ଼ିବା) ଏହି ରୋଗର ମୁଖ୍ୟ କାରଣ। ଗତ ୨୦୧୩ ଅଗଷ୍ଟ ୮ ତାରିଖ ସୁଦ୍ଧା ସର୍ଭେ ଅନୁସାରେ ଭାରତରେ ୧ କୋଟି ୨୦ ଲକ୍ଷ ଗ୍ଲୁକୋମା ରୋଗୀ ଚିହ୍ନଟ ହୋଇଥିଲେ। ଏହା ପୃଥିବୀର ଏକ ପଞ୍ଚମାଂଶ ଏବଂ ପ୍ରତିବର୍ଷ ଭାରତରେ ୧୦ ଲକ୍ଷରୁ ଉଦ୍ଧ୍ଵର୍ ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି। ଗ୍ଳକୋମାର ପ୍ରାଥମିକ ଲକ୍ଷଣ କିଛି ଜଣାପଡ଼େନାହିଁ। ଜଣାପଡ଼ିବା ବେଳକୁ ଚକ୍ଷୁର ସ୍ନାୟୁକୋଷ ବହୁ ପରିମାଣରେ ନଷ୍ଟ ହୋଇଯାଇଥାଏ ଏବଂ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇବାର ଆଶଙ୍କା ଥାଏ। ଏହାକୁ ଉପଯୁକ୍ତ ସମୟରେ ଚିକିତ୍ସା କଲେ ଦୃଷ୍ଟିଶକ୍ତି ନଷ୍ଟ ହୁଏନାହିଁ। ଏହା ସାଧାରଣତଃ ୪୦ ବର୍ଷ ବୟସ ପରେ ହୋଇଥାଏ। ଅଧିକ ଷ୍ଟିରଏଡ୍ ବ୍ୟବହାର କିମ୍ବା ପରିବାରରେ କାହାକୁ ଗ୍ଲୁକୋମା ହୋଇଥିଲେ କିମ୍ବା ଉଚ୍ଚ ରକ୍ତଚାପ ବା ମଧୁମେହ ଥିଲେ କିମ୍ବା ଆଖିକୁ କେବେ ଆଘାତ ଲାଗିଥିଲେ ଏହି ରୋଗ ହେବାର ସମ୍ଭାବନା ଥାଏ। ଯଦି କାହାର ଉପରୋକ୍ତ ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ଚକ୍ଷୁ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ ବୋଲି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ବରେନ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି।
ଗ୍ଲୁକୋମା ବା କଳା ମୋତିଆବିନ୍ଦୁକୁ ଅଣଦେଖା କରିବା ଅନୁଚିତ: ବିଶେଷଜ୍ଞ
/sambad/media/post_attachments/wp-content/uploads/2018/03/BAREN-PATNAIK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)