ଡା. ଦାମୋଦର ମହାନ୍ତିଙ୍କ ପରଲୋକ

0

ରାଉରକେଲା: ଓଡ଼ିଶାର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ତଥା ଆଇଜିଏଚ୍‌ର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ଦାମୋଦର ମହାନ୍ତିଙ୍କ ଆଜି ସଂଧ୍ୟା ସାଢ଼େ ପ୍ରାୟ ୬ଟାରେ କୋଏଲନଗରସ୍ଥିତ ନିଜ ବାସଭବନରେ ହୃଦଘାତରେ ପରଲୋକ‌ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଡଃ ମହାନ୍ତିଙ୍କୁ ହୃଦଘାତ ହେବା ପରେ ତାଙ୍କୁ ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡଃ ସ୍ବର୍ଗତ ମହାନ୍ତି ‌ହେଉଛନ୍ତି ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତିଙ୍କ ସ୍ବାମୀ। ତାଙ୍କ ମୃତ୍ୟୁରେ ସହରର ବିଭିନ୍ନ ମହଲରେ ‌େଶାକ ପ୍ରକାଶ ପାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଦିଲୀପ ରାୟ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.