ଡା.ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ବର : ପ୍ରଫେସର ଡା.‌ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି। ଆସନ୍ତା ୧ବର୍ଷ କିମ୍ବା ପରବର୍ତୀ ନିର୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ରାଜଭବନ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଡା.ହୋତା ବର୍ତ୍ତମାନ ବିଶ୍ବବିଦ୍ୟାଳୟର ଓଏସ୍‌ଡିଭାବେ କାର୍ଯ୍ୟ କରୁଥିଲେ।

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବଳବତ୍ତର ହୋଇଛି। ଏ ସମ୍ବନ୍ଧୀୟ ସଂପୃକ୍ତ ଅଧିନିୟମର ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଚଳିତମାସ ୫ ତାରିଖରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଛି। ଭୁବନେଶ୍ବର ୟୁନିଟ୍‌-୬ ଗଙ୍ଗନଗର ମୌଜାରେ ଥିବା ୫ଏକର ପରିମିତ ସରକାରୀ ଜମିରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା କରାଯିବ। ଏବେ ଶିଶୁଭବନ ଛକ ନିକଟସ୍ଥ ପୁରୁଣା ସିଏମ୍‌ଜିଆଇ କୋଠାକୁ ନବୀକରଣ କରାଯିବା ସହିତ ଏହି କୋଠାରେ ସାମୟିକ ଭାବରେ ବିଶ୍ବବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଛି। ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର