କଟକ : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦରେ ଥିବା ପୁରୁଷବନ୍ଧୁ ଡାକ୍ତର ଦିବ୍ୟରଂଜନ ମାଝୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Advertisment

ଶୁଭଶ୍ରୀ ଗତ ଡି‌ସେମ୍ବର ୨୦ରେ ଯୋଡା ଥାନାରେ ଦେଇଥିବା ଏତଲା ଆଧାରରେ ରୁଜୁ ମାମଲା ରଦ୍ଦ ପାଇଁ ଦିବ୍ୟରଂଜନ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ଶୁଭଶ୍ରୀଙ୍କ ଏତଲା ଆଧାରରେ ଯୋଡ଼ା ଥାନାରେ ମାମଲା‌ ରୁଜୁ ପରେ ଏହି ପ୍ରସଙ୍ଗ ଆପୋସ ସମାଧାନ ହୋଇଥିଲା। ଏ ନେଇ ଉଭୟପକ୍ଷ ଥାନାରେ ଲିଖିତ ଆକାରରେ ଜଣାଇଥିଲେ। କିନ୍ତୁ, ଏହାପରେ ମଧ୍ୟ ମାମଲା ବନ୍ଦ ହୋଇନାହିଁ। ଏଭଳି ସ୍ଥିତିରେ ଯୋଡା ଥାନାରେ ରୁଜୁ ଏହି ମାମଲା ରଦ୍ଦ ପାଇଁ ଦିବ୍ୟରଂଜନ ହାଇକୋର୍ଟରେ ନିବେଦନ କରିଥିବା ଜଣାପଡ଼ିଛି।