ଡା.ଗୁନୁରାଣୀ ପଟ୍ଟନାୟକ ଖାଦ୍ୟ ନିରାପତ୍ତା ନିର୍ଦେଶକ

ବଦଳିଲେ ରାଜ୍ୟ ନର୍ସିଂ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦେଶକ(ଭାରପ୍ରାପ୍ତ)ଭାବେ ଡା.ଗୁନୁରାଣୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ(ବୈଷୟିକ) ଭା‌ବେ କାର୍ଯ୍ୟ କରୁଥିବା ଶ୍ରୀମତୀ ପଟ୍ଟନାୟକ ନିୟମିତ ନିର୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏହି ସମୟରେ ତାଙ୍କୁ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦେଶକ ଥିବା ଡା. ପ୍ରଦୀପ କୁମାର ମହାପାତ୍ର ନିକଟରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଯାହାଫଳରେ ନିର୍ଦେଶକ ପଦବି ଖାଲି ପଡ଼ିଥିଲା। ତାଙ୍କ ସହିତ ଆଉ ୫ଜଣ ଡାକ୍ତର ମଧ୍ୟ ‌‌ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏବେ ରାଜଧାନୀ ସମେତ କଟକ ଓ ଅନ୍ୟ ସ୍ଥାନରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ବ୍ୟବହାର ବଢ଼ିଥିବାରୁ ନିୟମିତଭାବେ ଚଢ଼ାଉର ଆବଶ୍ୟକତା ରହିଛି। ତେଣୁ ନିର୍ଦେଶକଙ୍କ ନେତୃତ୍ବରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି ଆଶା କରାଯାଉଛି।

ସେହିପରି ରାଜ୍ୟ ନର୍ସିଂ ନିର୍ଦେଶକ ଥିବା ଡା.ସଂଯୁକ୍ତା ସାହୁଙ୍କୁ ଏଚ୍‌ଆଇଏଣ୍ଡ ଭିଏସ୍‌ର ନିର୍ଦେଶକଭାବେ ବଦଳି କରାଯାଇଛି। ଏଚ୍‌ଆଇଏଣ୍ଡଭିଏସ୍‌ର ନିର୍ଦେଶକ ଥିବା ଡା.ରାମଚନ୍ଦ୍ର ରାଉତଙ୍କୁ ରାଜ୍ୟ ନର୍ସିଂ ନିର୍ଦେଶକଭାବେ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର