ବାଲେଶ୍ୱର : ମିଳିତ ଜାତିସଂଘର ଗ୍ଲୋବାଲ କୋ-ଅପରେସନ୍ ସୋସାଇଟିର ଭାରତ ଶାଖାର ମହାସଚିବ ତଥା ଓଟିଡିସିର ପ୍ରାକ୍ତନ ଅଧ୍ୟକ୍ଷ ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ରୂପେ ମିଳିତ ଜାତିସଂଘକୁ ମନୋନୀତ ହୋଇଛନ୍ତି। ଡ. ମହାପାତ୍ରଙ୍କ ଶାନ୍ତି ଉଦ୍ଦେଶ୍ୟରେ ଜୀବନବ୍ୟାପୀ କର୍ମ ପାଇଁ ଏପରି ମନୋନୀତ କରାଯାଇଥିବା ଜଣାଯାଇଛି। ବାଲେଶ୍ୱରର ପୂର୍ବତନ ସାଂସଦ ଡ. ଶ୍ୟାମସୁନ୍ଦର ମହାପାତ୍ର ଏବଂ ବିଶିଷ୍ଟ ସମାଜସେବୀ ଡ. ରାଧାଦେବୀଙ୍କ କନିଷ୍ଠ ପୁତ୍ର ଡ. ଜ୍ୟୋତିଷ୍କର ଏହି ସମ୍ମାନ ହାସଲ କରିବାରେ ପ୍ରଥମ ଓଡ଼ିଆ ବୋଲି ତାଙ୍କ ଓଡ଼ିଶା ପିଓ ଦୟାନିଧି ରାଉତ କହିଛନ୍ତି। ଗତ ୨୯ ସେପ୍ଟେମ୍ବରରେ ସିଓଲ(କୋରିଆ)ଠାରେ ମିଳିତ ଜାତିସଂଘ ତଥା ଏଚ୍ଡବ୍ଲୁପିଏଲ ମିଳିତ ଆନୁକୂଲ୍ୟରେ ବିଶ୍ୱଶାନ୍ତି ଦିବସ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ଉପମହାସଚିବ ଯୋଶେଫ ରିଡ୍ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୩୬ଟି ଦେଶରୁ ବିଭିନ୍ନ ରାଜନେତା, ରାଷ୍ଟ୍ରମୁଖ୍ୟ ଏବଂ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡ. ମହାପାତ୍ରଙ୍କୁ ଟୋଭାଲୁ ଦେଶର ଗଭର୍ଣ୍ଣର ଜେନେରାଲ ଶାନ୍ତିଦୂତ ମାନପତ୍ର ପ୍ରଦାନ କରିଥିଲେ।
ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ଭାବେ ମନୋନୀତ
/sambad/media/post_attachments/wp-content/uploads/2017/10/jyoti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)