ନୂଆପଡ଼ା: ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ,ସଫେଇ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଯୋଦ୍ଧା ସାଜିଛନ୍ତି।
ନୂଆପଡ଼ା ଜିଲ୍ଲାର ଜଣେ ନିର୍ଭିକ ଯୋଦ୍ଧା ଏହି କରୋନା ଲଢ଼େଇରେ ସାମିଲ୍ ହୋଇଛନ୍ତି। ଜିଲ୍ଲା ସେ ହେଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋବାୟୋଲୋଜିଷ୍ଟ ଲୋପାମୁଦ୍ରା ରଥ। ସେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଳକରୁ ୧୭୬ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଭୂବନେଶ୍ବର ପଠାଇବା ସହ ଜିଲ୍ଲାପାଇଁ ପ୍ରେରଣା ସାଜିଛନ୍ତି ।
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୭୬ ଜଣ ଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୂବନେଶ୍ବର ପଠାଯାଇଛି। ଜିଲ୍ଲାର ୫ଟି ବ୍ଳକରୁ ଲୋପାମୁଦ୍ରା ଏହି ସମସ୍ତ ସ୍ବାବ୍ ନମୁନା ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୧୭୬ ଟି ନମୁନା ସଫଳ ଭାବେ ସଂଗୃହୀତ ହୋଇଛି। କରୋନା ସଂକ୍ରମିତ କିମ୍ବା ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରିବାର ଏକ ବିପଦପୂର୍ଣ୍ଣ କାମ। ସାମନ୍ୟ ଅସାବଧାନତା କାରଣରୁ ନିଜେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେବେ ଏହି କରୋନା ଯୋଦ୍ଧା ଲୋପାମୁଦ୍ରା ଜିଲ୍ଲାରେ ସାହାସ ଓ ଧୈର୍ଯ୍ୟର ସହ ୧୭୬ ଟି ସ୍ବାବ୍ ନମୁନା ସଂଗ୍ରହ କରି ଜିଲ୍ଲା ପାଇଁ ଉଦାହରଣ ସାଜିଛନ୍ତି।ତେବେ ଲୋପାମୁଦ୍ରାଙ୍କ କହିବା କଥା ଯେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପିକେବି ପଟ୍ଟନାୟକଙ୍କ ନେତୃତ୍ୱରେ ୭୫ ଜଣ ଷ୍ଟାଫ ନର୍ସ ଓ ୧୦ ଜଣ ଲ୍ୟାବ ଟେକନିସିଆନ ମିଶି ସ୍ୱାବ ସଂଗ୍ରହରେ ଲାଗିପଡିଛନ୍ତି |