ଡା. ନାରାୟଣ ରାଉତ ଓମ୍‌ସା ସଭାପତି

ଭୁବନେଶ୍ବର : ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସାର ରାଜ୍ୟ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଡା. ନାରାୟଣ ରାଉତ ୬୯୯ ଖଣ୍ଡ ଭୋଟ୍ ପାଇ ଓମ୍‌ସାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଡା. ବିଶ୍ବଜିତ ସାମଲ ସାଧାରଣ ସଂପାଦକ, ଡା. କ୍ଷୀରୋଦ ଚନ୍ଦ୍ର ପାଲ କୋଷାଧ୍ୟକ୍ଷ, ଡା.ସଂଜୀବ କୁମାର ପ୍ରଧାନ ଉପ-ସଭାପତି(କେନ୍ଦ୍ରୀୟ ଜୋନ୍) ଓ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ଭଏସ୍ ଏଡିଟର୍‌ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ସମସ୍ତ କର୍ମକର୍ତା ଆସନ୍ତା ୨ବର୍ଷ ପାଇଁ କାର୍ଯ୍ୟ କରିବେ। ତେବେ ସଂଘର ଅନ୍ୟ ୬ଟି ପଦ ପାଇଁ କେହି ଆବେଦନ କରି ନଥିବାରୁ ତାହା ଖାଲି ରହିଛି। ପ୍ରଥମଥର ଲାଗି ଓମ୍‌ସା ନିର୍ବାଚନରେ ଇ-ଭୋଟିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗତମାସ ୧୮ ତାରିଖରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ଗତକାଲି ଶେଷ ହୋଇଥିଲା। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଓମ୍‌ସାର କର୍ମକର୍ତା ନିର୍ବାଚନର ଅଧ୍ୟକ୍ଷ ରହିଥିବା ବେଳେ ଡା.ରା ମଚନ୍ଦ୍ର ରାଉତ ଏହାର ଆବାହକ ରହିଥିଲେ।

ସମ୍ବନ୍ଧିତ ଖବର