ଭୁବନେଶ୍ବର: ଆଇସିଏମଆର ଓ ଇମ୍ପରିଆଲ କଲେଜ ଅଫ ଲଣ୍ଡନ ମିଳିତ ଭାବେ ଏକ ଗବେଷଣା କରିଛନ୍ତି। ଅଗଷ୍ଟ ଶେଷ ବେଳକୁ କୋଭିଡ ଲହର ଆସିବ ଏବଂ ପ୍ରଥମ ଲହର ଭଳି ଦୈନିକ ୧ ଲକ୍ଷ କେସ ଚିହ୍ନଟ ହେବ। ଟିକାକରଣରେ ପ୍ରକ୍ରିୟାରେ ମନ୍ଥର ଗତି ଏବଂ ଅନଲକ ଯୋଗୁଁ ତୃତୀୟ ଲହର ଆସିବ। ଯଦି ବର୍ତ୍ତମାନର ଷ୍ଟ୍ରେନ ଜାରି ରହିଲା, ତେବେ ଏଭଳି ସ୍ଥିତି ରହିବ କିନ୍ତୁ ଯଦି ଅଧିକ ସଂକ୍ରାମକ ଷ୍ଟ୍ରେନ ଆସେ ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।
ସେ କହିଛନ୍ତି, ପ୍ଲେଟଲେଟ କମିବା ଭଳି ସ୍ଥିତି ଏବେ ଯାଏଁ ଦେଖାଦେଇନି। ଲୋ ପ୍ଲେଟଲେଟ ଭାଇରାଲ ରୋଗ ଯୋଗୁଁ ହୁଏ । ଡେଙ୍ଗୁ ଏମିତି ଏକ ଭାଇରାଲ ସଂକ୍ରମଣ ଯେଉଁଥିରେ ପ୍ଲେଟଲେଟ କମିଯାଏ। କିନ୍ତୁ ଅନ୍ୟ ଭାଇରାଲ ସଂକ୍ରମଣରେ ମଧ୍ୟ ପ୍ଲେଟଲେଟ କମିପାରେ । କିନ୍ତୁ ସେତେ ଅଧିକ କମେ ନାହିଁ । ପ୍ଲେଟଲେଟ ବ୍ଲଡ କ୍ଲଟିଂ କ୍ଷେତ୍ରରେ କାମ କରେ । ଡେଙ୍ଗୁ ଭଲି ଅଧିକ ପ୍ଲେଟଲେଟ କମିଲେ ରକ୍ତସ୍ରାବ ହେବାର ସମ୍ଭାବନା ଥାଏ । କରୋନାରେ ସେମିତି ବେଳେବେଳେ ଦେଖାଯାଏ । ଏବେ ଯଦି କମୁଛି, ତାହେଲେ ଅଳ୍ପ ପରିମାଣରେ କମୁଛି । କିନ୍ତୁ ସୁସ୍ଥ ହେଲା ବେଳକୁ ଠିକ୍ ହୋଇଯାଉଛି । ଲୋ ପ୍ଲେଟଲେଟ ସମସ୍ୟା ଲାଗି ରହୁନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି, ସେମାନେ ଘରେ ରହି ମନଟେକଏଲସି ଓ ଆଜିଥ୍ରୋମାଇସିନ୍ ଖାଉଛନ୍ତି, ଯାହାକି ଖାଇବା କଥା ନୁହେଁ। କିନ୍ତୁ ଲୋକମାନେ ମେଡିସିନ ଦୋକାନରୁ ଏକ ସାଧାରଣ ପ୍ରେସକ୍ରିପସନ ନେଇ ଔଷଧ ଖାଇଦେଉଛନ୍ତି । ଏହି ସବୁ କେସ ଗୁଡ଼ିକ ଯେତେବେଳେ ରହିଯାଉଛି । ସେମାନେ ଟେଷ୍ଟ କରୁନାହାନ୍ତି । ନିଜ ପରିବାର ଭିତରେ ପ୍ରଥମେ ସଂକ୍ରମିତ କରିଦେଉଛନ୍ତି । ଏବେ କିଛି କ୍ଲଷ୍ଟରରେ ହେଉଛି । ଯେଉଁଥିପାଇଁ ଭୁବନେଶ୍ୱରରେ ଵିଏମସି କିଛି ଆପାର୍ଟମେଣ୍ଟ ସିଲ୍ କରିଦେଉଛନ୍ତି । ତେଣୁ ଯିଏ ଟେଷ୍ଟ କରୁନାହାନ୍ତି ଓ ହିଡେନ ଭାବେ ରହିଲେ, ନିଜ ଘର ଲୋକଙ୍କ ସହ ମିଶିଲେ ଓ ବାହାରେ ବୁଲିଲେ, ସେମାନଙ୍କ ଯୋଗୁଁ ସଂକ୍ରମଣ ବଢୁଛି । ଏହା ଉପରେ ସରକାର ଦୃଷ୍ଟି ଦେବା ଉଚିତ। ଏହା ଦେଶରେ ମଧ୍ୟ ୬ଟି ରାଜ୍ୟ ମୁଣ୍ଡବିନ୍ଧାର କାରଣ ହେଲାଣି । ଏଗୁଡିକ ଦ୍ୱାରା ହିଁ ତୃତୀୟ ଲହର ଆରମ୍ଭ ହେବ। କାରଣ ହିଡେନ ରୋଗୀଙ୍କ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ଵୃଦ୍ଧି ପାଇଯିବ। ତେବେ ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ମାସ୍କ ଓ ସୋସିଆଲ ଡିସଟାନସିଂ ଏବେ ବି କାମ କରୁଛି । ତେଣୁ ଏସବୁକୁ ମାନିବାକୁ ପଡ଼ିବ। ଏହାସହ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ହେବ। କାରଣ ଟିକାକରଣ ଦ୍ୱାରା ମୃତ୍ୟୁହାର ୮୨ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି।
ଆର୍ ଭ୍ୟାଲୁ ୧ ଉପରକୁ ରହିଲେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବ, ଯାହାକି କେରଳରେ ଦେଖିବାକୁ ମିଳୁଛି । କେରଳରେ ସବୁଠାରୁ ଅଧିକ ୧.୧ ଥିଲା ଆର୍ ଭ୍ୟାଲୁ। ସେଥିପାଇଁ ଏହା ଅଧିକ ଥିବା ସ୍ଥାନଗୁଡ଼ିକ ପାଇଁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ। କିଛି ଦିନ ତଳେ ମେ ଶେଷ ବେଳକୁ ଏହା ୦.୭୮କୁ ଖସି ଆସିଥିଲା ଏବଂ ଜୁନ ବେଳକୁ ବଢ଼ିକି ୦.୮୮ ହେଲା । ଏବଂ କିଛି ଦିନ ତଳେ ଆର୍ ଭ୍ୟାଲୁ ସମଗ୍ର ଦେଶରେ ୦.୯୫ ହୋଇଯାଇଥିଲା । ଏହା ଭ୍ୟାଲୁ ଅଧିକ ହେବା ଗୋଟିଏ ବଡ଼ ଚିନ୍ତାର କାରଣ । ୧ ଉପରକୁ ଗଲା ମାନେ, ମହାମାରୀ ପୁଣି ମୁଣ୍ଡ ଟେକିଲା ବୋଲି କୁହାଯାଇପାରିବ।
ତୃତୀୟ ଲହର ଆସିବା ସତ ହୋଇଯିବ । ସୁନ୍ଦରଗଡ଼ରେ ବର୍ତ୍ତମାନ ତୃତୀୟ ଲହର ତ ଆରମ୍ଭ ହୋଇନାହିଁ । କାରଣ ସଂକ୍ରମିତଙ୍କ ସଂଖ୍ୟା ସେଠାରେ ସେତେ ଅଧିକ ବଢ଼ିନାହିଁ । ତଥାପି ଟେଷ୍ଟିଂ ସେ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ କରିବାକୁ ପଡ଼ିବ ଓ ଟିକାକରଣ ଦ୍ରୁତ ଗତିରେ କରିବାକୁ ପଡ଼ିବ । ଭାରତରେ ତ ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆସିନାହିଁ କିନ୍ତୁ ଅନ୍ୟ ଦେଶ ଗୁଡ଼ିକରେ ଆସିଲାଣି । ତେଣୁ ଆମ ଦେଶରେ ତୃତୀୟ ଲହର ଆସିବାର ବହୁତ ସମ୍ଭାବନା ଅଛି । ତେଣୁ ଏବେ ଠୁ ସଚେତନ ହେବାକୁ ପଡ଼ିବ ।
ଆର୍ ଭ୍ୟାଲୁ ୧ ଉପରକୁ ରହିଲେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବ: ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର
ଦେଶରେ ତୃତୀୟ ଲହର ଆସିବାର ବହୁତ ସମ୍ଭାବନା ଅଛି
/sambad/media/post_attachments/wp-content/uploads/2021/07/dr-niroj-mishra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)